ଦଳିତ ସହାୟକ ପ୍ରତିଷ୍ଠାନର ବୈଠକ
ଛତ୍ରପୁର,(ଦେବଦତ୍ତ ମହାରଣା) : ଦଳିତ ସହାୟକ ପ୍ରତିଷ୍ଠାନ ଓ ବହୁଜନ କ୍ରାନ୍ତି ମୋର୍ଚ୍ଚାର ସହଯୋଗରେ ସ୍ଥାନୀୟ ବ୍ଲକ ବିପୁଳିଙ୍ଗି ଗ୍ରାମ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକର ୫ଟି ଗ୍ରାମପଞ୍ଚାୟତର ଏବଂ ଛତ୍ରପୁର ଏନ୍ଏସିର ଦଳିତ କର୍ମକର୍ତ୍ତାମାନେ ଏହି ବୈଠକରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଦଳିତ ପରିବାରଙ୍କ ନିମନ୍ତେ କିପରି ଉପକୃତ ହୋଇପାରିବେ ସେଥିପ୍ରତି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏଥିଲାଗି ଦଳିତ ସହାୟକ ପ୍ରତିଷ୍ଠାନ ଓ ବହୁଜନ କ୍ରାନ୍ତି ମୋର୍ଚ୍ଚା ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ମୁଖ୍ୟତଃ ଭୂ-ସଂସ୍କାର ଆଇନ, ଆଦିବାସୀ ଓ ଦଳିତ ନିର୍ଯ୍ୟାତନ ନିବାରଣ ଆଇନ ଏବଂ ସରକାରଙ୍କ ଜନକଲ୍ୟାଣ ଯୋଜନା ଗୁଡିକରୁ ବଞ୍ଚିତ ଗୋଷ୍ଠୀ କିଭଳି ଅଧିକାର ପାଇ ପାରିବେ ତାହାରି ଉପରେ ଏକ ରୂପେ ରେଖା ପ୍ରସ୍ତୁତ କରାଯାଇଥିଲା । ଏଥିସହ ଆଗାମୀ ଦିନରେ ଡଃ ବି.ଆର୍ .ଆମ୍ବେଦକରଙ୍କ ତିରୋଧାନ ଦିବସ ଛତ୍ରପୁର ସହର ଠାରେ ପାଳନ କରିବା ପାଇଁ ସବିଶେଷ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବହୁଜନ କ୍ରାନ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁମା ଦାସ, ଦଳିତ ସହାୟକ ପ୍ରତିଷ୍ଠାନର କାଳୁ ଚରଣ ନାୟକ, ରିନା ନାୟକ, ଜଗନ୍ନାଥ ଦାସ, ଲିଙ୍ଗରାଜ ନାୟକ, ତାରିଣୀ ନାୟକ, କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁ ଆମିନ୍ ଖାନ୍ଙ୍କ ସମେତ ବିଭିନ୍ନ ଗ୍ରାମର ମୁଖିଆମାନେ ଉପସ୍ଥିତ ଥିଲେ ।


