ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଯୁବକ
କଳାହାଣ୍ଡି – କଳାହାଣ୍ଡି ଜିଲ୍ଲା ରେ ଦାଦନ ଶ୍ରମିକ ଶବ ହୋଇ ଫେରିବା ଘଟଣା ଥମିବା ର ନା ନେଉନ ଥିବା ବେଳେ ପୁଣି ଜଣେ ଦାଦନଶ୍ରମିକ ର ମୃତ ଦେହ ଗାଁ କୁ ଫେରିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗ୍ରାମ ର କୁଶଧର ସତନାମୀ ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶ ର ବିଶାଖାପାଟଣାର ଆଛିତାପୁରମ ରେ ଥିବା ଏକ ଠିକାସଂସ୍ଥା ରେ ୨ ବର୍ଷ ହେବ ମେକାନିକ ଭାବେ କାମ କରୁଥିଲେ । ଗତ ମଙ୍ଗଳବାର ଦିନ ଟାୱାର ରେ କାମ କରୁଥିବା ବେଳେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ୨ ଜଣ ଶ୍ରମିକ ୨୦୦ ଫୁଟ ଉଚ୍ଚ ରୁ ପଡି ଘଟଣାସ୍ଥଳ ରେ ଦୁଇ ଜଣ ଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଶ୍ରମିକ ବିହାର ରାଜ୍ୟ ର ବୋଲି ଜଣାପଡିଛି । କମ୍ପାନୀ ତରଫରୁ ଶ୍ରମିକ ଙ୍କ ମୃତଦେହ କୁ ଏକ ଆମୁଲେନ୍ସ ରେ ଟେମରା ଆଣି ଛାଡିବା ପରେ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗିପଡିଛନ୍ତି ।


