ଦାନ୍ତ ପାଇଁ ହାନିକାରକ ହ୍ୱାଇଟ୍ ବ୍ରେଡ

ଦାନ୍ତ ସାଧାରଣତ ମୁଖ ମୁଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ତେଣୁ ଏହାର ଠିକ ଭାବେ ଯତ୍ନ ନେବା ଆବଶ୍ୟକ । ବେଳେବେଳେ କିଛି ଖାଦ୍ୟ ଆମ ଦାନ୍ତକୁ ନଷ୍ଟ କରିଦେଇଥାଏ । ସେଥିମଧ୍ୟରୁ ଗୋଟିଏ ହେଲା ହ୍ୱାଇଟ୍ ବ୍ରେଡ । ଆଜିକାଲି ପିଲାଠାରୁ ବୟସ୍କ ସମସ୍ତଙ୍କର ପସନ୍ଦ କ୍ୟାଣ୍ଡି ଚକୋଲେଟ । ହେଲେ ଏଥିରେ କିଛି ଥିବା ଅଠାଳିଆ ଅଂଶ ଦାନ୍ତରୁ ସହଜରେ ଛାଡି ନଥାଏ । ଫଳରେ ଏହାକୁ ବେଶୀ ମାତ୍ରାରେ ଖାଇଲେ କିଛି ଦିନ ପରେ ଦାନ୍ତ ଦୁର୍ବଳ ହୋଇଥାଏ । ରିଫାଇନ୍ ମଇଦାରେ ପସ୍ତୁତ ହ୍ୱାଇଟ ବ୍ରେଡ ମଧ୍ୟ ଦାନ୍ତ ପାଇଁ ହାନିକାରକ । କାରଣ ଏହାକୁ ଖାଇଲେ ଏହା ଦାନ୍ତରେ ଅଠା ଭଳି ଲାଗିଯାଇଥାଏ । ଏହା ସହ ଏଥିରେ ଦାନ୍ତ ଅତ୍ୟଧିକ ପରିମାଣରେ କର୍ବୋହାଇଡେଟ୍ ଦାନ୍ତ ପାଇଁ ଅଧିକ ହାନିକାରକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ