ଦାରିଙ୍ଗବାଡ଼ିରେ ଇକୋରିଟ୍ରିଟ ଉଦଘାଟିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଇକୋରିଟ୍ରିଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଟୁଆଲ ଉଦଘାଟନ କରିଥିଲା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅକ୍ଷାଂଙ୍କା ପ୍ରଧାନ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଥିଲେ । ଏଥିରେ ଜିଲ୍ଲାପାଳ ଡ.ବୃନ୍ଦା ଡି , ପୋଲିସ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ, ବାଲିଗୁଡ଼ା ଉପ ଜିଲାପାଳ ଡ଼.ଶୁଭଙ୍କର ମହାପାତ୍ର, ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର, ଥାନା ଅଧିକାରୀ କୌଶିକ ମାଝୀ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ବର୍ଷ ପର୍ଯ୍ୟଟକଙ୍କ ପାଇଁ ୨୮ଟି ଟେଣ୍ଟ ହାଉସ କରାଯାଇଛି । ଏହା ସହିତ ବ୍ଳକ ତଥା ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିବା ଜିଲ୍ଲାର ଆସିଷ୍ଟାଣ୍ଡ ଲେବର ଅଫିସର ତଥା ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଶୁଭଦର୍ଶିନୀ ନାୟକ ସୂଚନା ଦେଇଛନ୍ତି ।


