ଦାରିଙ୍ଗବାଡିରେ ଗାଡ଼ିମୋଟର ଯାଞ୍ଚ ସହ ଜରିମାନା ଆଦାୟ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଠାରେ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ବାଇକ୍‌ ଚାଳକଙ୍କ ହେଲମେଟ, ଗାଡ଼ି କାଗଜ ପତ୍ର ଯାଞ୍ଚ ସହ ବସ୍‌, ଟ୍ରାକ୍ଟର, ଟ୍ରକ୍‌, ଅଟୋ ଆଦିର କାଗଜପତ୍ର ଯାଞ୍ଚ କରାଯାଇଛି। ମୋଟ୍‌ ୩୮ଟି ଚାଲାଣ କଟାଯାଇ ୨ ଲକ୍ଷ ଟଙ୍କା ଜରିମାନା ବାବଦକୁ ଅର୍ଥ ଆଦାୟ କରାଯାଇଛି। ସେହିପରି ୭ ଜଣ ମଦ୍ୟପ ଚାଳକଙ୍କୁ ଜରିମାନା ସହ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଥିବା କନ୍ଧମାଳ ଟ୍ରାଫିକ୍‌ ସବ୍‌ଇନ୍ସପେକ୍ଟର ଶିବାନୀ ମାଝି କହିଛନ୍ତି। ଦ୍ରୁତଗତି ଚାଳକଙ୍କ ସମେତ ପରମିଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ବେଳେ ଅନେକ ବେଆଇନ ଗାଡ଼ି ଚଳାଉଥିବା ଧରା ପଡ଼ିଥିଲା। ସେ ଆହୁରି କହିଛନ୍ତି, ଯେ, ବିଶେଷ କରି ବସ୍‌ଗୁଡ଼ିକୁ ଅଟକାଇ ସେମାନଙ୍କ କାଗଜପତ୍ର ଯାଞ୍ଚ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ