ଦିଗପହଣ୍ଡିରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ସରକାରଙ୍କ ପକ୍ଷରୁ ପୂଣ୍ଯଭୂମି ଭାରତର ୭୫ ତମ ସ୍ବାଧିନତାର ଅମୃତ ମହୋତ୍ସବ ଏବଂ ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ଅବସରରେ ଦିଗପହଣ୍ଡି ପୁଞ୍ଜିକୟା ଛକଠାରେ ପହଞ୍ଚିଥିବା ଅହିଂସା ରଥକୁ ଶୁକ୍ରବାର ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦିଗପହଣ୍ଡି ପଞ୍ଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ସଭା ରେ ଆଇନଜୀବୀ ହରପ୍ରସାଦ ରଥ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅହିଂସା ରଥର ମୁଖ୍ୟ ତତ୍ତ୍ଵାବଧାରକ ତଥା ସ୍ବଳ୍ପ ସଞ୍ଚୟ ଯୋଜନା ଅଧିକାରୀ ହରିଚରଣ ମିଶ୍ର , ରାଜ୍ୟ ସଂଯୋଜକ ତପେଶ୍ବର ଜଗତ , ଜିଲ୍ଲା ସଂସୃତି ଅଧିକାରୀ ଜିତେନ ପରିଡା , ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ , ଦିଗପହଣ୍ଡି ତହସିଲଦାର ସିିିିପକ କୁମାର ପାତ୍ର , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ରଥ , ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ , ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ , ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରି ପୁଷ୍ପାଞ୍ଜଳୀ ଶତପଥୀ , ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ଏନ୍ ଏସି ଅଧ୍ଯକ୍ଷ ପ୍ରଫୁଲ୍ଲ ପଣ୍ଡା , ବ୍ଳକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ଏନ୍ ଏସି ଉପାଧ୍ୟକ୍ଷା କେ . ପୂଜା , ବ୍ରହ୍ମପୁର ସାଂସଦ ପ୍ରତିନିଧି ନିରୁପମା ପଟ୍ଟନାୟକ , ଜିଲ୍ଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ସେଠୀ , ଜିଲ୍ଲା ବିଜେଡି ଉପ ସଭାପତି ବି . କ୍ରିଷ୍ଣା ରାଓ ସୁବୁଦ୍ଧି ଊପସ୍ଥିତ ଥିଲେ । ଏହି ଅବସରରେ ସମଗ୍ର ରାଜ୍ୟରେ ଅହିିଂସା ବାର୍ତ୍ତା , ପ୍ରେମ , ଶ୍ରଦ୍ଧା ଏବଂ ଭାଇଚାରାର ଉଦ୍ଦେଶ୍ୟକୁ ସମସ୍ତଙ୍କ ହୃଦୟରେ ସ୍ଥାନିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ରହିଥିବା ବେଳେ ଆଜି ଏହି ଅହିଂସା ରଥ ଗାଡ଼ି ଗଜପତି ଜିଲା ରୁ ଆସି ଗଞ୍ଜାମ ଗଜପତି ସିମାନ୍ତ ଅଞ୍ଚଳ ତଥା ପାଟପୁର ଥାନା ତପ୍ତପାଣି ଠାରେ ପହଞ୍ଚିବା ପରେ ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ପୋଡାମାରୀ ଏବଂ ଡେଙ୍ଗାଓସ୍ତାରେ ସମ୍ବର୍ଦ୍ଧନା ଦିଆଯିବା ପରେ ରଥ ଆସି ପହଞ୍ଚିଥିଲା ଦିଗପହଣ୍ଡିରେ । ଯାହାକି ଦିଗପହଣ୍ଡି ପ୍ରଶାସନ ପକ୍ଷରୁ ଉତ୍କଣ୍ଠାର ସହ ପ୍ରଥମେ ପୁଷ୍ପମାଲ୍ୟ ଦେଇ ରଥକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ବୃନ୍ଦ ଏବଂ ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଜାତୀୟ ପତାକାକୁ ସମ୍ମାନ ଜଣାଇ ଅହିଂସା ରଥ ସହ ନଗର ପରିକ୍ରମା କରିଥିଲେ । ଏହାପରେ ସ୍ଥାନୀୟ ପୁଞ୍ଜିକୟା ଛକଠାରେ ଆୟୋଜିତ ସଭା କାର୍ଯ୍ଯରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ରଥ କୁ ବନ୍ଦାପନା କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ୯ ଜଣ ସ୍ବାଧୀନତା ସଂଗ୍ରାମୀ , ସମାଜସେବୀ ଏବଂ କଳାକାର ଯଥା ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକ , ବିଶିଷ୍ଟ କଳାକାର ବିଜୟ ସାହୁ , ଅନନ୍ତ ନାରାୟଣ କର ଙ୍କ ଭଳି ଅନେକଙ୍କୁ ପରିଚୟପତ୍ର ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ କୁନି କୁନି ବିଦ୍ୟାର୍ଥୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିପିଓ ଉମେଶ କୁମାର ସେଠୀ , ସରପଞ୍ଚ ରଞ୍ଜନ କୁମାର ସାହୁ , ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ବିଜୟ ପ୍ରଧାନ , ଅରୁଣ ସାହୁ , ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ , ଚିତ୍ରସେନ ଗୈାଡ ସମେତ କାଉନସିଲର ଦୀପକ କୁମାର ମିଶ୍ର , ସୁନୀଲ ପଣ୍ଡା , କରିସ୍ମା ନାୟକ , ସନ୍ତୋଷିନୀ ବେହେରା , ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ କେ. କୁନା ଙ୍କ ସମେତ ବହୁ ସଂଖ୍ୟକ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ , ଅଙ୍ଗନୱାଡ଼ି କର୍ମୀ , ଶିକ୍ଷକ ଶିକ୍ଷୟିତ୍ରୀ , ବିଦ୍ୟାର୍ଥୀ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।


