ବିଜୟ ମୁର୍ମୁ ବାଦାମ ପାହାଡ ଥାନା ନୂତନ ଥାନା ଅଧିକାରୀ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କୁସୁମି ବ୍ଳକ ଅନ୍ତର୍ଗତ ବାଦାମ ପାହାଡ ଥାନା ଵହୁ ଗୁରୁତ୍ୱପୂର୍ଣ୍ଣ ବହନ କରେ ।ଏହି ଥାନା ଅଧୀନରେ ବାଦାମ ପାହାଡ ଓ ସୁଲେଇପାଟ ଦୁଇଟି ଲୌହ ଖଣି ଅବସ୍ଥିତ ।ସୁଲେଇପାଟରେ ଏକ ଫାଣ୍ଡି ମଧ୍ୟ ଅବସ୍ଥିତ । ଏହି ଥାନାରେ ଦିର୍ଘ ଦିନ ହେଲା ଆଇଆଇସି ପଦବୀ ଖାଲି ଥିଲା ।ଏହି ପଦବୀରେ ନୂତନ ଆଇଆଇସି ଭାବେ ବିଜୟ ମୁର୍ମୁ ଯୋଗଦାନ କରିଛନ୍ତି ।ବଣପାହାଡ ଖଣିଜ ସମ୍ପଦରେ ପରିପୂର୍ଣ ଏହି ଅଂଚଳରେ ଆଇନ ଶୃଙ୍ଖଳା,କୋଭିଡ-୧୯ କୁ କଡାକଡି ପାଳନ କରିବା ନେଇ ସେ ଗୁରୁତ୍ୱ ଦେବେ ବୋଲି ଚର୍ଚ୍ଚା ହେଉଛି । ସେ ପୂର୍ବରୁ ଭଦ୍ରକ ଜିଲ୍ଲାରେ କାର୍ଯ୍ୟ କରୁଥିଲେ ।


