ହାଇସ୍କୁଲର ବାର୍ଷିକୋତ୍ସବ ପାଠ ପଢିବା ଦେଶ ଗଢ଼ିବା ଶିଶୁ ନାଟକ ମଞ୍ଚସ୍ଥ   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଏସ. ଟିକରପଡ଼ା ଗ୍ରାମ ହାଇସ୍କୁଲ ର ବାର୍ଷିକୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ହାଇସ୍କୁଲ ପରିଚାଳନା କମିଟି ସଭାପତି ରବୀନ୍ଦ୍ର କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ନାଇକ ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲା ଓଷ୍ଟା ସମ୍ପାଦକ ବିଜୟ କୁମାର ବେହେରା ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ଶୈଳ ବେହେରା, ନାଏବ ସରପଞ୍ଚ ବାବୁ ସାହୁ,ସାମାଜିକ କର୍ମୀ ମନୋଜ କୁମାର ପଟ୍ଟନାୟକ, ରଘୁନାଥ ସାହୁ,ମହେଶ୍ୱର ପାତ୍ର,ଲବ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ହାଇସ୍କୁଲ ପ୍ରଧାନଶିକ୍ଷକ ଡ଼.ବିଜୟ ଚନ୍ଦ୍ର ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ରବୀନ୍ଦ୍ର କୁମାର ପାଢ଼ୀ ବେଦ ପାଠ କରିଥିବା ବେଳେ ଶିକ୍ଷକ ସିମାଞ୍ଚଳ ଗୌଡ଼ ଙ୍କ ସଂଯୋଜନା ରେ ଅତିଥି ବୃନ୍ଦ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରୀ ଛାତ୍ର ମାନଙ୍କୁ ପ୍ରଶଂସା ପତ୍ର ଏବଂ ପୁରସ୍କାର ବିତରଣ କରିଥିଲେ।ପ୍ରଧାନଶିକ୍ଷକ ଙ୍କ ରଚିତ ଓ ନିର୍ଦ୍ଦେଶିତ ଶିଶୁ ନାଟକ’ ପାଠ ପଢିବା ଦେଶ ଗଢ଼ିବା’ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା। ଆଞ୍ଚଳିକ ସାଧନ କର୍ମୀ ସରୋଜ କୁମାର ନାୟକ, ସହକାରୀ ଶିକ୍ଷକ ଚୂଡ଼ାମଣି ଦଳାଇ,ଘନଶ୍ୟାମ ପ୍ରଧାନ,ରାଜୀବ ପ୍ରଧାନ,କେ. ମନ୍ମଥ ରାଓ,ଏମ.ଶ୍ରୀନିବାସ ରାଓ,ଭଗବାନ ରାଉତ,ପ୍ରଫୁଲ୍ଲ ସ୍ୱାଇଁ, ସୁବାସ ଚନ୍ଦ୍ର ଭୁଁୟା,ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ବେହେରା,ଗୀତା ସାହୁ ଙ୍କ ସମେତ ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ହାଇସ୍କୁଲ ପରିଚାଳନା କମିଟି ର ସମସ୍ତ ସଦସ୍ୟା ସଦସ୍ୟ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ