ଦିଗପହଣ୍ଡି ରେ ବିଜେପି ପକ୍ଷରୁ ବୁଥ ସ୍ତରୀୟ ବୈଠକ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ଜନତା ପାର୍ଟି ବିଜେପି ପକ୍ଷରୁ ସର୍ବ ଭାରତୀୟ ସ୍ତରରେ ବୁଥ କମିଟି ଗଠନ କାର୍ଯ୍ୟ  ଆରମ୍ଭ ହୋଇଥିବା  ବେଳେ ରବିବାର  ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋମକେଇ ମଣ୍ଡଳ ର ବୁଥ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଣ୍ଡଳ ପ୍ରଭାରୀ ତଥା ବିଜେପି ର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଦିଗପହଣ୍ଡି ବ୍ଲକ ବି ଏଲ ଏନ ପୁର ପଞ୍ଚାୟତ ର ବନମାଳୀ ଗ୍ରାମ , ଗୌଡ଼ଗାଁ ପଞ୍ଚାୟତ ର ଗୌଡ଼ଗାଁ , ଚୌଧୁରୀ ଟିକରପଡା ପଞ୍ଚାୟତ ଓ ଭ୍ରମରପୁର ପଞ୍ଚାୟତ ରେ ବୁଥ ସ୍ତରୀୟ କମିଟି ଗଠନର କାର୍ଯ୍ୟକ୍ରମ  କିପରି ହେବ ସ୍ଥାନୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସୁଫଳ ପାଇଥିବା ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯିବା ସହ  କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ର ପ୍ରଚାର ପ୍ରସାର କରାଯାଇ ବିଜେପି ପକ୍ଷରୁ ପ୍ରତ୍ୟେକ ବୁଥର ତଳ ସ୍ତର ପର୍ଯ୍ୟନ୍ତ ଜନ ଜାଗରଣ କିପରି ହେବ ଏସବୁ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଦିଗପହଣ୍ଡି ବ୍ଲକ ୨୬  ନଂ. ଜିଲା ପରିଷଦ ଜୋନର ମଣ୍ଡଳ ସଭାପତି ରଘୁନାଥ ଗୌଡ଼ କାର୍ଯ୍ୟକର୍ତ୍ତା ବାପି ପ୍ରଧାନ, ତାରିଣୀ ତ୍ରିପାଠୀ, ବସନ୍ତ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା  କରିବା ସହ ପାର୍ଟିର ସାଙ୍ଗଠନିକ ଅଭିବୃଦ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।  ଉକ୍ତ ବୁଥ ସ୍ତରୀୟ ବୈଠକରେ ଭାଜପା କାର୍ଯ୍ୟକର୍ତ୍ତା  ଶ୍ରୀକାନ୍ତ ସାହୁ, ଶୀତୁ କୁଣ୍ଡ, ଇନ୍ଦ୍ରଜିତ ସାହୁ, ମହେନ୍ଦ୍ର କୁମାର ମିଶ୍ର, ଲୁଲୁ ଭଟ୍ଟ,ଓ ଭାରତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ