ଭଞ୍ଜନଗର ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀଙ୍କୁ ତିନି ଦଫା ଦାବିପତ୍ର ପ୍ରଦାନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ନିର୍ଦ୍ଦେଶ କ୍ରମେ ଆଜି ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସଞ୍ଜୟ କୁମାର ପ୍ରଧାନ ଓ ସମ୍ପାଦକ କାଳୀ ଚରଣ ସେଠୀଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତରେ ଭଞ୍ଜନଗର ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀଙ୍କୁ ତିନି ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ ନିଷ୍ପତ୍ତି କ୍ରମେ ଆଗାମୀ ଦିନରେ ତିନି ଦଫା ଦାବି ଯଦି ସରକାରଙ୍କ ତରଫରୁ ପୂରଣ ନହୁଏ ଆସନ୍ତା ମାର୍ଚ୍ଚ ୧୫ ତାରିଖ ଠାରୁ ଭଞ୍ଜନଗର ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ଯିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ