ଦିଗପହଣ୍ଡି ରେ ଶନି ମନ୍ଦିର ପ୍ରତିଷ୍ଠା ମହାଯଜ୍ଞ ର ପୂର୍ଣ୍ଣାହୁତି
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି କମାସାହି ସ୍ଥିତ ଶ୍ରୀ ବାଲାଜୀ ମଠ ପରିସରରେ ଦୀର୍ଘ ୪ ଦିନ ଧରି ଚାଲିଥିବା ଶନି ମନ୍ଦିର ପ୍ରତିଷ୍ଠା ଓ ମହାଯଜ୍ଞ ଗୁରୁବାର ପୂର୍ଣ୍ଣାହୁତି ହୋଇଯାଇଛି । ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ପୌରହିତ୍ୟ ରେ ମହାଯଜ୍ଞ ପରିଚାଳନା କମିଟି ଏବଂ ସହରବାସୀଙ୍କ ସହଯୋଗ କ୍ରମେ ମହାଯଜ୍ଞ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି । ପ୍ରତ୍ୟେକ ଦିନ ଯଜ୍ଞ ମଣ୍ଡପରେ ନାମ ଯଜ୍ଞ , ଘୃତଯଜ୍ଞ , ଅନ୍ନଯଜ୍ଞର ଆୟୋଜନ କରାଯାଇଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମହାଯଜ୍ଞ ପରିଚାଳନା କମିଟି ସଭାପତି ଭି . ଧର୍ମା ରାଜୁ , ଉପସଭାପତି ପ୍ରକାଶ ପାଣିଗ୍ରାହୀ, ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , ସହ ସମ୍ପାଦକ କେ. ରାଜୁ , କୋଷାଧ୍ୟକ୍ଷ ପିଣ୍ଟୁ ଗୌଡ଼ , ଲିଙ୍ଗରାଜ ରେଡ୍ଡୀ , ସୋନୁ ରେଡ୍ଡୀ , ତାରିଣୀ ଦୋରା , ଟୁକୁନା ବେହେରା , କାଳିଆ ରେଡ୍ଡୀ , ସତ୍ୟନାରାୟଣ ରେଡ୍ଡୀ , ଟୁଲୁ ଗୈାଡ , ବାପ ଆଚାରୀ , ବାରିକ ବେହେରା , ସୋନୁ ମହାପାତ୍ର , ଭୁବନେଶ୍ଵର ପଣ୍ଡା , ଉମାପତି ରେଡ୍ଡୀ ଙ୍କ ସମେତ ସହରବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।


