ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ନିଯୁକ୍ତି ଶିବିର

ଛତ୍ରପୁର (ଦେବଦତ୍ତ ମହାରଣା): ପୋଟ୍ଟଲାମପୁର ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ନିଯୁକ୍ତି ନିମନ୍ତେ ଶନିବାର ପଂଚାୟତ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡମାଧପୁର , ମହାନାଦପୁର, ବଉଳଗାଁ ଓ ପୋଟ୍ଟଲାମପୁର ଗ୍ରାମ ପଂଚାୟତର ଯୁବକ ଯୁବତୀ ମାନେ ଆବେଦନ କରିଥିଲେ । ଏହି ଶିବିରକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦଘାଟନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି , ବଡ ମାଧପୁର ସରପଂଚ ଶରତ ଖୁଣ୍ଟିଆ, ପୋଟ୍ଟଲାମପୁର ସରପଂଚ ସୁବାସିନୀ ବାରିକି, ସୁକାନ୍ତ ନାହାକ, ପ୍ରବାସୀ ପ୍ରଧାନ,ଶମ୍ଭୁନାଥ ସ୍ୱାଇଁଙ୍କ ସମେତ ବହୁ ୱାର୍ଡ ମେମ୍ବର ମାନେ ଉପସ୍ଥିିତ ଥିଲେ । ଓଡିଶା ଜିବିକା ମିଶନ୍ ର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଏମବିକେ, ସିଆରପି ମାନେ ଉପସ୍ଥିତ ରହି ଚୟନ ପ୍ରକ୍ରିୟାରେ ସହ ଯୋଗ କରିଥିଲେ । ୯୮ ଜଣ ଯୁବକ ଯୁବତୀ ଏହି ଶିବିରରେ ପଞ୍ଜୀକୃତ କରିଥିବା ବେଳେ ୫୨ ଜଣ ଯୁବକ ଯୁବତୀଙ୍କୁ ଚୟନ କରିଥିବା ଓଡିଶା ଜିବିକା ମିଶନ୍ ର ବ୍ଲକ ପ୍ରକଳ୍ପ ସଂଯୋଜିକା ଶ୍ରୀମତି ଜେନା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ