ଦିନରେ ୨୦ କୋଟିର ଗଛ କଟା : ରାତିରେ ୧୨ ଲକ୍ଷ ଟଙ୍କାର ଗଞ୍ଜେଇ ଧରା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲାର ମୋହନା.ଅଡବା, ରା.ଉଦୟଗିରି, ନୂଆଗଡ ଆଦି ଦୁର୍ଗମ ଅଞ୍ଚଳର ପାହାଡିଆ ଜଙ୍ଗଲ ପରିବେଷ୍ଟିତ ସ୍ଥାନ ଗୁଡ଼ିକରେ ଚାଲିଛି ନୀଳ ଜୋହର ଦମନ ଅଭିଯାନ। ଅବକାରୀ, ପୁଲିସ, ବନ ଓ ରାଜସ୍ଵ ବିଭାଗର ମିଳିତ ଉଦ୍ୟମରେ ଚାଲିଚ୍ଛି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କଟା । ମୋହନା ଥାନା ପକ୍ଷରୁ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ୱାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଅବକାରୀ ବିଭାଗ ଅଧିକାରୀ ପ୍ରଭାତ ସେଠୀ, ବାଳକୃଷ୍ଣ ପରିଡା, ପ୍ରକାଶ ସାହୁ, ବିଘ୍ନରାଜ ଦାମୀଙ୍କ ସମେତ ରାଜସ୍ଵ , ପୁଲିସ ଓ ଅବକାରୀ ବିଭାଗ ମିଳିତଭାବେ ବାହାଡାପଦା ମୌଜାର ବିଜିପୁର ନିକଟ ୧୦୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛନ୍ତି। ଯାହାର ଆନୁମାନିକ ମୁଲ୍ୟ ୨୦ କୋଟିରୁ ଉର୍ଧ ହେବ । ଅପରପକ୍ଷେ ଉକ୍ତ ଦିନ ଗଞ୍ଜେଇ କାଟି ସନ୍ଧ୍ୟାରେ ଫେରିବା ପରେ ରାତିରେ ପେଟ୍ରୋଲିଙ୍ଗ କରିବା ବେଳେ ସ୍ଥାନୀୟ ଥାନା ଅନ୍ତର୍ଗତ କୁସୁମପୁର ନିକଟରେ ଏକ ସ୍କୋଡା ଗାଡି ନଂ- ଓଆର୦୨ବିବ୍ଲ ୮୪୭୫କୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡି ଡିକିରୁ ୨ଟି ଜରି ଅଖାରେ ଗଞ୍ଜେଇ ଥିବା ପାଇଥିଲେ । ତାହାକୁ ଓଜନ କରିବାରୁ ୧୧୫ କିଲୋ ହୋଇଥିଲା। ଏଥିରେ ସମ୍ପୃକ୍ତ ଥିବା ୨ ଜଣ ମାଫିଆଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାଜମୋହନ ଗମାଙ୍ଗ (୨୩) ଓ ଉଷୟ ମଣ୍ଡଳ(୨୮) ଏମାନେ ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ବ୍ରହ୍ମପୁର ନେଉଥିବା ବେଳେ ମୋହନା ଥାନା ପୁଲିସ ହାତରେ ଧରା ପଡିଥିଲେ।ଏମାନେ ବ୍ୟବହର କରିଥିବା ଗାଡିକୁ ମଧ୍ୟ ଜବତ ହୋଇଛି। ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ହେବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି । ଏନେଇ ମୋହନା ଥାନା କେଶ ନଂ୨୩୮/୨୧ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଦ୍ଵୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ