ଦିନ ମଜୁରିଆଙ୍କ ପାଇଁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ : କରୋନା ସଙ୍କଟ କାରଣରୁ ଦେଶରେ ଲକ୍‌ଡାଉନ୍‌ ଏବଂ କର୍ଫ୍ୟୁର ପରସ୍ଥିତି ସୃଷ୍ଟି ହେଉଥିବା ବେଳେ ଦିନମଜୁରିଆ ଏହାଦ୍ବାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି । ଦିନ ମଜୁରିଆଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ଏକ ଭିଡିଓ ଲିଙ୍କ ଜରିଆରେ କେଜ୍ରିଓ୍ବାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେହିପରି ଡାକ୍ତର ମାନଙ୍କୁ ସମ୍ମାନ ଜଣାଇବା ପାଇଁ କେଜ୍ରିଓ୍ବାଲ ନିବେଦନ କରିଛନ୍ତି । ବିଭିନ୍ନ ସ୍ଥାନରେ ଡାକ୍ତରଙ୍କୁ ଘର ମାଲିକ ଘରେ ପୁରାଇ ଦେଉନଥିବା ନେଇ ଅଭିଯୋଗ ଆସିବା ପରେ କେଜ୍ରିଓ୍ବାଲ ଏହା କହିଛନ୍ତି । ଏହା ସହିତ ବାହାରେ ରହୁଥିବା ଲୋକଙ୍କ ପାଇଁ ମାଗଣା ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନର ବ୍ୟବସ୍ଥା ସମ୍ପର୍କରେ କେଜ୍ରିଓ୍ବାଲ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ