ଦିବଂଗତ ଶିକ୍ଷକ ବଂଶୀଧର ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

ବାଲେଶ୍ୱର, (ସରୋଜ ପଣ୍ଡା):ଦିବଂଗତ ଆଦର୍ଶ ଶିକ୍ଷକ ବଂଶୀଧର ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରୁପ୍‌ସା ଆଙ୍କ ଗ୍ରାମ ବାସଭବନରେ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସ୍ମୃତି ସଭାରେ ଧ୍ୱନି ପ୍ରତିଧ୍ୱନିର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ଅବସରପ୍ରାପ୍ତ ବିଇଓ ଜୟନ୍ତ ପାଣିଗ୍ରାହୀ, ରୂପସା ଅଞ୍ଚଳର ସମାଜସେବୀ ଭଗବାନ ମହାପାତ୍ର, ପିଞ୍ଛାବଣିଆ ଗୁରୁକୂଳର ମୁଖ୍ୟ ବିଜୟ ଆଚାର୍ଯ୍ୟ ଓ ବରିଷ୍ଠ ନାଗରିକ ପଣ୍ଡିତ ସୁରେନ୍ଦ୍ର ସିଂ ପ୍ରମୁଖ ଅତିଥି-ବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବେ ତାଙ୍କର ଆଚରଣ ଉଚ୍ଚାରଣରେ ସଂଯମତା ଶୃଙ୍ଖଳା ରହିଥିବାରୁ ସେ କେବଳ ନିଜର ପରିବାରକୁ ସଂସ୍କାରିତ କରିନାହାନ୍ତି ବରଂ ସମଗ୍ର ରୂପସାବାସୀଙ୍କର ପ୍ରିୟ ପାତ୍ର ଥିଲେ ବୋଲି ଅତିଥି-ବକ୍ତାମାନେ ମତ ପ୍ରକାଶ କରିଥିଲେ । ତାଙ୍କର ଛାତ୍ର ବତ୍ସଳତା, ନିଷ୍ଠାପୂର୍ଣର୍ ଶିକ୍ଷାଦାନ ଧାରା ରୂପସାବାସୀଙ୍କର ସବୁଦିନ ମନେ ରହିବ ବୋଲି ଏହି ସ୍ମୃତିସଭାରେ ବକ୍ତାମାନେ କହିଥିଲେ । ନିରଞ୍ଜନ ପଣ୍ଡା ଏହିସ୍ମୃତି ସଭାରେ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହି ଅବସରରେ ସ୍ମରଣିକା ‘ଅଭୁଲା ସ୍ମୃତି’ ଲୋକାର୍ପିତ କରାଯାଇଥିଲା । ସ୍ୱଗତ ଶିକ୍ଷକଙ୍କ ପରିବାର ପକ୍ଷରୁ ସ୍ଥାପିତ ପ୍ରତିମୂର୍ତ୍ତିକୁ ଅତିଥିମାନେ ଅନାବରଣ କରିଥିଲେ ।ଜ୍ୟେଷ୍ଠପୁତ୍ର ଶୁଭେନ୍ଦୁ କୁମାର ବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ