ଦିବ୍ୟାଙ୍ଗ ଙ୍କୁ ନିର୍ଯ୍ୟାତନା ଦେଲେ ରାଣିପାଟଣା ଦୃଷ୍ଟିହୀନ ବିଦ୍ୟାଳୟ କର୍ତୃପକ୍ଷ
ବାଲେଶ୍ୱର, (ସରୋଜ ପଣ୍ଡା):ରାଣୀପଟଣା ସ୍ଥିତ ଦୃଷ୍ଟି ହୀନ ବିଦ୍ୟାଳୟ ରେ ଟ୍ରେଣ୍ଡ ଇଣ୍ଟେରମେଡ଼ିଏଟ ବିଭାଗରେ ଶିକ୍ଷକତା କରୁଥିବା ଦୃଷ୍ଟିହୀନ ଶ୍ରୀଧର ବେହେରା ଙ୍କ ନାମକୁ ବିଦ୍ୟାଳୟ ପରିଚାଳନା କର୍ତୃପକ୍ଷ ସରକାର ଙ୍କୁ ସୁପାରିଶ ନ କରିବାରୁ ସେ ହାଇ କୋଟ ରେ ୩୨୪୫୨/୨୦୨୩ ନମ୍ବର ମକଦ୍ଦମା କରିଥିଲେ. ଏହାର ବିଚାର କରି ହାଇ କୋଟ ଏହାର ବିଚାର ବାଲେଶ୍ୱର ଜିଲ୍ଲାପାଳ କରିବାକୁ ନିର୍ଦେଶ ଦେବାରୁ,ବାଲେଶ୍ୱର ଜିଲ୍ଲାପାଳ ମିସ କେଶ ନମ୍ବର ୯/୨୦୨୪ ର ଶୁଣାଣି କରି ଶ୍ରୀଧର ବେହେରା ଙ୍କୁ ଦୈନିକ ମଜୁରୀରେ ଉକ୍ତ ସ୍କୁଲରେ ନିଯୁକ୍ତି ଦେବାକୁ ନିର୍ଦେଶ ଦେଲେ.ଏହି ନିର୍ଦେଶ ବଳରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଧର ବେହେରାଙ୍କୁ ଚିଠି ନମ୍ବର ୪୪୬/୧୮.୦୨.୨୦୨୪ରେ ଏହି ବିଦ୍ୟାଳୟ ରେ ଯୋଗ ଦେବାପାଇଁ ନିର୍ଦେଶ ଦେଲେ. ଉକ୍ତ ଚିଠି ନେଇ ଶ୍ରୀ ବେହେରା ଗଲାପରେ ତାଙ୍କୁ ବିଦ୍ୟାଳୟ କର୍ତୃପକ୍ଷ ସ୍କୁଲ ଭିତରକୁ ଛାଡ଼ିନଥିଲେ. ଶ୍ରୀ ବେହେରା ଖରାରେ ଦୀର୍ଘ ସମୟ ଛିଡ଼ାହୋଇ ଫେରି ଆସିଛନ୍ତି ବୋଲି ଅଭିଯୋଗ କରିଛନ୍ତି.


