ଦିଲ୍ଲୀ ହିଂସାକାଣ୍ଡ ଉପରୁ ନଜର ହଟାଇବା ପାଇଁ କୋରୋନାର ଭୟ ସୃଷ୍ଟି କରାଯାଉଛି : ମମତା

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ଆତଙ୍କକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମାତ୍ର ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ସତର୍କ ସୂଚନାକୂ ନାପସନ୍ଦ କରିଛନ୍ତି । ଦିଲ୍ଲୀ ହିଂସାକାଣ୍ଡକୁ ଲୁଚାଇବା ପାଇଁ ଦେଶରେ କୋରୋନା ଭାଇରସ୍‌ର ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ମମତା ଅଭିଯୋଗ କରିଛନ୍ତି । ଦେଶର କିଛି ତଥାକଥିତ ଗଣମାଧ୍ୟମ ଏବଂ କେନ୍ଦ୍ର ସରକାର ଏପରି ମିଥ୍ୟା ପ୍ରଚାର କରୁଛନ୍ତି । ଦିଲ୍ଲୀ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତି କୋରୋନାରେ ନୁହେଁ ବରଂ ବିଜେପି କର୍ମୀଙ୍କ ଦ୍ବାରା ପ୍ରାଣ ହରାଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ