ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆଇ ଯାଞ୍ଚ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆଇ ଯାଞ୍ଚ କରିବାର ଆବେଦନ ଶୁଣାଣିକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରି ଦେଇଛନ୍ତି । କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଆବେଦନ ଫେରାଇ ନେବାକୁ କହିଛନ୍ତି । ଏଥିସହିତ ଏହି ଆବେଦନ ନେଇ ବମ୍ବେ ହାଇକୋର୍ଟ ଯିବାକୁ କହିଛନ୍ତି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବାରମ୍ବାର ସିବିଆଇ ଯାଞ୍ଚ ଦାବି କରାଯାଉଛି । ଏହାପରେ କୋର୍ଟ ସିବିଆଇ ଯାଞ୍ଚର ମଞ୍ଜୁରି ଦେଇଛନ୍ତି । ଏହି ମଞ୍ଜୁରି ପରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ବି ସିବିଆଇ ଯାଞ୍ଚ ଦାବି କରାଯାଉଥିଲା । ଏହାକୁ ନେଇ ସୁପ୍ରିକୋର୍ଟ କ’ଣ ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ସୋମବାର ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ମନା କରିଦେବା ସହ ଏହି ମାମଲା ବମ୍ବେ ହାଇକୋର୍ଟରେ ଉଠାଇବାକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ