ଦୀର୍ଘ ଦିନ କଣ୍ଟେନମେଣ୍ଟ ଯୋଗୁଁ କନ୍ଧମାଳ ରେ ଜୀବନଜୀବିକା ଅସ୍ତବ୍ୟସ୍ତ

ଫୁଲବାଣୀ, (ସୁନିଲ କୁମାର ବେହେରା):କନ୍ଧମାଳର ବିଭିନ୍ନ ସହରରେ ଅନିଦ୍ଧିଷ୍ଟ କାଳ ନିଷେଧାଞ୍ଚଳ ଜାରି କରାଯାଇଥିବାରୁ ଜନଜୀବନ ଦୁର୍ବିସହ ହୋଇପଡିଛି। ଦିନକୁ ଦିନ ଦେଶ ଓ ରାଜ୍ୟ ରେ କ୍ରମବର୍ଦ୍ଧିଷ୍ଣୁ କରୋନା ପ୍ରକୋପ ର ନିୟନ୍ତ୍ରଣ ପାଇଁ ସରକାର ଯତ୍ପରୋନାସ୍ତି ପଦକ୍ଷେପ ନେଉଛନ୍ତି।ଜିଲା ପ୍ରଶାସନ ଅଧିକ ପରିଶ୍ରମ କରି ବିଭିନ୍ନ ପଦକ୍ଷେପ ନେଉଛନ୍ତି।କିନ୍ତୁ ତଥ୍ୟରୁ ଜଣାଯାଏ କେତେ ପ୍ରବାସୀ, ସରକାରୀ କର୍ମଚାରୀ ଓ ଅଜଣା ବ୍ୟକ୍ତିଙ୍କ ଅନାଧିକାର ଓ ଅମାନିଆ ଅନୁପ୍ରବେଶ ଯୋଗୁଁ ଜିଲ୍ଲା ରେ ପରିସ୍ଥିତି ଭିନ୍ନ ରୂପ ଧାରଣ କରିଛି।ଫୁଲବାଣୀ ପୌର ପରିଷଦ ସହିତ ଅନ୍ୟ ଅଞ୍ଚଳ ଦୀର୍ଘ ପନ୍ଦର ଦିନ ହେବ କଣ୍ଟେନମେଣ୍ଟ ରେ ରହିଛି। ଫଳରେ ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ପାଇବାରେ ବିଶେଷ ଅସୁବିଧା ଭୋଗ କରୁଥିବା ଅଭିଯୋଗ ହେଉଛି।ଲୋକମାନେ ପନି ପରିବା ପାଇ ପାରୁନାହାନ୍ତି।ଚାଷୀ ପନିପରିବା ବିକ୍ରି କରିବାରେ ଅସୁବିଧା ହେଉଛି।ସହରରେ ପନିପରିବା ଓ ତେଜରାତି ଯୋଗାଣ ଗାଡି ର ସମୟ ନିର୍ଘଣ୍ଟ, ରୁଟ ଇତ୍ୟାଦି ବିଷୟରେ ସମସ୍ତଙ୍କୁ ସୁଚନା ଦେବା ମଧ୍ୟ ସମ୍ଭବ ହେଉନାହିଁ। ଯାହା ଜିନିଷ ମିଳୁଛି ନିମ୍ନମାନର ଓ ଦର ଅଧିକ ବୋଲି ଅଭିଯୋଗ ହେଉଛି।ବଛାବଛି ମୂଲଚାଲ ର ସୁଯୋଗ ନାହିଁ।ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକମାନେ ପନି ପରିବା , ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ସକାଳ ଜଳଖିଆ ପତ୍ର ପାଇ ପାରୁନାହାନ୍ତି।କୃଷିଜାତ କାମ ଓ ଆନୁସଙ୍ଗିକ କାମ ପାଇଁ ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ଚାଷୀମାନେ ଚାଷ କାମ ,ଉଦ୍ୟାନ ଭିତିକ କାମ ପାଇଁ ଜମିକୁ ଯାଇପାରୁନାହାନ୍ତି।ଏପଟେ ଚାରିମାସ ନିକମା ହୋଇ ବସିବା ଅନ୍ୟପଟେ ଆସନ୍ତା ବର୍ଷ ପାଇଁ ଚାଷ କରିବା କୁ ଯାଇ ନ ପାରିବା ସେମାନଙ୍କ ଅସନ୍ତୋଷ ବଢାଇ ଦେଇଛି।ଛୋଟ ମୋଟ କାମ କରି ଦୁଇପଇସା ଆଣିଲେ କୁଟୁମ୍ବ ପୋଷୁଥିବା ଲୋକମାନେ ବହୁତ ହଇରାଣ ହେଉଥିବା ଘଟଣା ପ୍ରବଳ ଅସନ୍ତୋଷ ର ଦାନ ବ।ନ୍ଧୁଚି।ଅଧିକ ସଂକ୍ରମିତ ଜିଲ୍ଲାରେ କରୋନା ନିୟମାବଳୀ କୋହଳ ରଖି ଲୋକଙ୍କ ଚଳିବା ବ୍ୟବସ୍ଥା ସୁଗମ କରାଯାଉଛି।କଣ୍ଟେନମେଣ୍ଟ ସଂମ୍ପର୍ଣ୍ଣ ପୌର ପରିଷଦ ଅଂଚଳରେ ଦୀର୍ଘ ଦିନ ଲାଗୁ ନ କରି ଯେଉଁ ସାହିରୁ ପଜିଟିଭ ବାହାରୁଛି ସୀମିତ ସମୟ ପାଇଁ କଣ୍ଟାକ୍ଟ ଟ୍ରେସିଂ ଶେଷ ହେବା ପର୍ଯ୍ୟନ୍ତ ରଖିବାକୁ ପଦକ୍ଷେପ ନିଆଗଲେ ଲୋକଙ୍କ ଜୀବନଜୀବିକା ରେ ଅଧିକ ପ୍ରଭାବ ପଡିବ ନାହିଁ।ପରବର୍ତ୍ତୀ ସମୟରେ ଆବଶ୍ୟକ ପ୍ରକାରେ ସେହି ଅଞ୍ଚଳ ଲକଡାଉନ/ସଟଡାଉନ ରଖିବା ସହ ସମସ୍ତ ପ୍ରତିଷେଧକ ନିୟମ କାନୁନ କଡାକଡି ପାଳନ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ବଜାର କମିଟି, ଚାଷୀ ସଂଗଠନ, କୁଲିମୁଲିଆ ସଂଗଠନ ଖାଉଟି ସଂଗଠନ,ଓ ବୁଦ୍ଧିଜୀବୀ ମହଲରୁ ଅନୁରୋଧ କରିବା ସହ ମତାମତ ଦିଆଯାଇଛି।କୋଭିଡ ହସ୍ପିଟାଲରେ ଖାଦ୍ୟ ପେୟ ଅନିୟମିତତାର ପରିଚାଳନା କାର୍ଯ୍ୟ କୁ ଜିଲ୍ଲାପାଳ ନିଜେ ଅନୁଧ୍ୟାନ କରନ୍ତୁ ବୋଲି ଦାବି ହେଉଛି।ଜିଲାର ହିତ ଓ ସୃଷ୍ଟ ପରିସ୍ଥିତି ଦୃଷ୍ଟିରୁ ବାସ୍ତବ ସମସ୍ୟା ଗୁଡିକୁ ଅଗ୍ରାଧିକାର ଦେଇ ସହୃଦୟତାର ସହ ହୃଦୟଙ୍ଗମ କରି କଣ୍ଟେନମେଣ୍ଟ ର ଅବଧି ଯଥା ସାଧ୍ୟ ସିମୀତ କରି, କରୋନା ପ୍ରତିଷେଧକ ନିୟମକାନୁନ କୁ କଡାକଡି ପାଳନ ସହ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲ ରୁ ମିଳି ଥିବା ଦାବି ଓ ପରାମର୍ଶ ସହ, ଜିଲ୍ଲା ମିଳିତ ନିଗରିକ କମିଟି କନ୍ଧମାଳ ପକ୍ଷରୁ ଜିଲାପାଳ ଙ୍କୁ ଅନୁରୋଧ କରାଯାଇଛି।କମିଟି ସଭାପତି ଡ ଅରୁପ ଜେନା ଙ୍କ ସହ ପରାମର୍ଶ କରିଛନ୍ତି ଆବାହକ ଅଶୋକ ପରିଡା, ବରିଷ୍ଠ ସଭ୍ୟ ନବିନ କିଶୋର ପଣ୍ଡା,ଗୋବିନ୍ଦ ଘଟାଲ,ଅଶୋକ ପଟନାୟକ,ବିଜୟ ମହାନ୍ତି, ବ୍ରହ୍ମା ବେହେରା,କୃଷ୍ଣ କହଁର, ପ୍ରଶନ୍ନ ସାହାଣୀ,ସୂର୍ଯ୍ୟ ମହାପାତ୍ର,ତନୁଜ ଭୋଇ ପ୍ରଶାନ୍ତ ପ୍ରଧାନ ଓ ଅନ୍ୟମାନେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ