ଦୁଇଟି ସନ୍ତାନର ଜନନୀ ହେଲା ବାଘୁଣୀ ‘ସ୍ନେହା’

ଭୁବନେଶ୍ୱର : ନନ୍ଦନକାନନରେ ଧଳା ବାଘୁଣୀ ସ୍ନେହା ୨ଟି ବାଘଛୁଆଁଙ୍କୁ ଜନ୍ମ ଦେଇଛି । ଗୁରୁବାର ଭୋର ୩ଟା ୩୮ ଏବଂ ୫ଟା ୪୪ରେ ଦୁଇଟି ବାଘ ଛୁଆ ଜନ୍ମ ଦେଇଛି ସ୍ନେହା । ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭି ଜରିଆରେ ମାଆ ବାଘୁଣୀ ସ୍ନେହା ଉପରେ ନଜର ରଖିଛନ୍ତି । ଏହା ହେଉଛି ‘ସ୍ନେହା’ର ଦ୍ୱିତୀୟ ଗର୍ଭ । ଗୁରୁବାର ଜନ୍ମିଥିବା ଶାବକ ଦୁଇଟିକୁ ମିଶାଇ ନନ୍ଦନକାନରେ ବାଘସଂଖ୍ୟା ୨୭ ହେଲା । ଏବେ ନନ୍ଦନକାନନରେ ୧୩ଟି ସାଧାରଣ ରଙ୍ଗର ବାଘ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ଟି ଅଣ୍ଡିରା ଓ ୮ଟି ମାଈ । ସେଠାରେ ଧଳାବାଘଙ୍କ ସଂଖ୍ୟା ୮। ୮ଟିରୁ ୩ଟି ଅଣ୍ଡିରା ଓ ୫ଟି ମାଈ । କଳାବାଘଙ୍କ ସଂଖ୍ୟା ହେଉଛି ୪ଟି । ସେମାନେ ସମସ୍ତେ ଅଣ୍ଡିରା ବାଘ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ