ଚନ୍ଦ୍ର ଗ୍ରହଣର ପ୍ରକୃତ କାରଣ

ଭୁବନେଶ୍ୱର : ଶୁକ୍ରବାର ରାତି ୧୦ଟା ୩୭ରୁ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଭୋର ୨ଟା ୪୨ ମିନିଟରେ ସର୍ବ ମୋକ୍ଷ ହେବ । ପ୍ରାୟ ୪ ଘଣ୍ଟା ଧରି ଆକାଶରେ ଚାଲିବ ଏହି ମହାଜାଗତିକ ଘଟଣା । ଶୁକ୍ରବାର ଆଂଶିକ ଚନ୍ଦ୍ର ଗ୍ରହଣ ହେବ । ପୃଥିବୀ ଦେଖିବ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ଓଡ଼ିଶା ସମେତ ଭାରତ ତଥା ବିଶ୍ୱର ବିଭିନ୍ନ ଅଞ୍ଚଳରେ ଦୃଶ୍ୟମାନ ହେବ । ଚଳିତ ବର୍ଷ ଆକାଶରେ ୪ ଚନ୍ଦ୍ର ଗ୍ରହଣ ଓ ୨ଟି ସୂର୍ଯ୍ୟପରାଗ ଦେଖାଯିବ । ଏବେ ଆସନ୍ତୁ ଜାଣିବା ଚନ୍ଦ୍ର ଗ୍ରହଣ ହୁଏ କାହିଁକି।
ମହାକାଶରେ ସୂର୍ଯ୍ୟ ଚାରିପଟେ ପୃଥିବୀ ଏବଂ ପୃଥିବୀ ଚାରି ପଟେ ଚନ୍ଦ୍ର ବୁଲୁଛି । ବେଳେବେଳେ ସୂର୍ଯ୍ୟ ସହ ଅନ୍ୟ ଦୁଇଟି ପିଣ୍ଡ ଏକ ସମତଳ ଓ ଏକ ସରଳରେଖାରେ ରହିଲେ ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣ ହୋଇଥାଏ । ଏହି ମହାଜାଗତିକ ପିଣ୍ଡମାନେ ବୁଲିବା ସମୟରେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସମତଳ ଓ ଏକ ସରଳରେଖାରେ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ । ଅର୍ଥାତ ପୃଥିବୀର ଛାଇ ପଡୁଥିବା ଅଞ୍ଚଳ ଦେଇ ଚନ୍ଦ୍ର ଗତି କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ