ଦୁଇ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର : ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନମୟ ହୋଇଛି । ଏହି ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । କୁଲଗାମ ଜିଲ୍ଲାରେ କିଛି ଆତଙ୍କାବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ପରେ ସେନା ଓ ପୁଲିସ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତେବେ ପୂରା ଅଞ୍ଚଳକୁ ସେନା ଘେରିବା ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ ଆତଙ୍କବାଦୀ । ସେନା ସେମାନଙ୍କୁ ଆତ୍ମସମର୍ପଣ ହେବାକୁ କହିଥିଲେ, କିନ୍ତୁ ସେମାନ ଶୁଣିନଥିଲେ । ଏପରିକି ଲୁଚି ରହିଥିବା ଘର ମାଲିକ ମଧ୍ୟ ତାଙ୍କୁ ଆତ୍ମସମପ୍ରଣ କରିବାକୁ କହିଥିଲେ । କିନ୍ତୁ କାହା କଥା ଶୁଣିନଥିଲା । ଶେଷରେ ଆତଙ୍କବାଦୀ ଓ ଭାରତୀୟ ସେନା ବାହିନୀ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ସେନା ବାହିନୀ ଗୁଳିରେ ୨ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ଉଭୟ ଆତଙ୍କୀ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ବୋଲି ଜଣାପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ମିଳିପାରିନାହିଁ । ଦୁଇଜଣ ଆତଙ୍କୀ ନିହତ ହେବା ଦ୍ୱାରା କୌଣସି ଏକ ବଡ ଅଘଟଣରୁ ବର୍ତ୍ତିଯାଇଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ