ଲୋକସେବା ଭବନରେ ୨୪ ଘଣ୍ଟିଆ ପାର୍କିଂ କଟକଣା

ଭୁବନେଶ୍ୱର: ଆଜି ସନ୍ଧ୍ୟା ୫ଟା ୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ଆସିବେ । ଲୋକସେବା ଭବନରେ ସାମାଜିକ ଦୂରତା ରକ୍ଷା କରି ସମୂହ ଗାନ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶୁକ୍ରବାର ସନ୍ଧ୍ୟା ୬ଟାରୁ ଆଜି ସନ୍ଧ୍ୟା ସାଢେ଼ ୬ଟା ପର୍ଯ୍ୟନ୍ତ ଚାରିଚକିଆ ଓ ଦୁଇ ଚକିଆ ଯାନ ପାର୍କିଂ ଉପରେ କଟକଣା ଲାଗୁ କରାଯାଇଛି । ଏ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ନିର୍ଦ୍ଦେଶନାମା ଅନୁଯାୟୀ, ଲୋକସେବା ଭବନର ପଛପଟେ ଥିବା ଗେଟ ନମ୍ବର ୫ ର ବାହାର ପଟ ପାଚେରୀରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସରକାରୀ ଅଧିକାରୀ ଓ ମନ୍ତ୍ରୀମାନଙ୍କ ଚାରି ଚକିଆ ଯାଜନ ପାର୍କିଂ କରାଯିବ । ଏହା ସହିତ ଓଡ଼ିଶା ସଡ଼କ ପରିବହନ ନିଗମ ଗ୍ୟାରେଜ ସ୍ଥାନ, ଜୟଦେବ ଭବନ, ଇନ୍ଦିରା ପାର୍କ ନିକଟ ଖାଲି ସ୍ଥାନ, ୱାଟର ଟ୍ୟାଙ୍କ ଅଫିସ ଓ ଇଡିକଲ ଅଡିଟୋରିୟମରେ ଗାଡ଼ି ରଖାଯିବ । ସେହିପରି ଦୁଇ ଚକିଆ ଯାନ ଗୁଡ଼ିକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଟ୍ରାଫିକ ପୁଲିସ ଷ୍ଟେସନ ପାଖରେ ଥିବା ଖାଲି ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ