ଦୁଇ କାନ୍ଥ ମଧ୍ୟରେ ଗଳିପଡ଼ି ଶିଶୁ ଗୁରୁତର

ଚୌଦ୍ୱାର, (ଦୀପକ୍ କୁମାର ବେଉରା) : ଚୌଦ୍ୱାର ଥାନା ଅନ୍ତର୍ଗତ ତଳବଜାର ଠାରେ ଛାତ ଉପରେ ଖେଳୁଥିବା ସମୟରେ ଜଣେ ଶିଶୁ ଦୁଇ କାନ୍ଥ ମଧ୍ୟରେ ଖସି ପଡ଼ିବା ଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଦୀର୍ଘ ସମୟ ଧରି ସ୍ଥାନୀୟ ଅଞ୍ଚଳବାସୀ ଓ ଅଗ୍ନିଶମ ବାହିନୀର ଉଦ୍ୟମ ଫଳରେ ଖସିପଡ଼ିଥିବା ଶିଶୁଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯିବା ପରେ ଶିଶୁଟି ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସୁସ୍ଥ ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନ ୪ଟା ସମୟରେ ତଳ ବଜାର ଅଞ୍ଚଳର ଅମରେଶ ସାହୁଙ୍କ ପତ୍ନୀ ୨.୫ବର୍ଷର ଶିଶୁ କନ୍ୟା ସାଇପ୍ରୀୟାକୁ ନେଇ ଛାତ ଉପରେ ଖେଳାଉଥିଲେ । ସେତେକି ବେଳେ ତାଙ୍କ ନିକଟକୁ ଏକ ଫୋନ କଲ ଆସିବାରୁ ସେ ଫୋନରେ ବ୍ୟସ୍ତ ରହିଥିବା ସମୟରେ ଶିଶୁ କନ୍ୟାଟି ମୁକୁଳା କୋଠାରୁ ଖସି ଯାଇଥିଲା । ତେବେ ମୁକୁଳା କୋଠା କଡ଼ରେ ଦୁଇ କାନ୍ଥ ମଧ୍ୟରେ ଥିବା ୬ ଇଞ୍ଚ ଫାଙ୍କରେ ଶିଶୁକନ୍ୟାଟି ୧୫ଫୁଟ ତଳେ ଫସି ଯାଇଥିଲା । ଝିଅ ଖସିପଡ଼ିବା ଦେଖି ମା’ ଚିତ୍କାର କରି କାନ୍ଦି ଉଠିବା ଯୋଗୁଁ ନିକଟରେ ଥିବା ଲୋକେ ପାଟି ଶୁଣି ଧାଇଁ ଯାଇଥିଲେ । ଏବଂ ଶିଶୁଟି ଫସି ରହିଥିବା ଜାଣିବା ପରେ ଏହାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଅଞ୍ଚଳବାସୀ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ । ଏହି ସମୟରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁ କନ୍ୟାଟିକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ଶିଶୁ ଟିକୁ ନିକଟସ୍ଥା ଡାକ୍ତରଖାନାରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ପରିବାର ଲୋକଙ୍କ ଅସାବଧାନତା ଯୋଗୁଁ ଶିଶୁଟି ଖସିପଡ଼ିଥିବା ଅଞ୍ଚଳବାସୀ କହିଥିବାବେଳେ ନିଶ୍ଚିତ ଅଘଟଣରୁ ଶିଶୁଟି ବର୍ତ୍ତି ଯାଇଥିବାରୁ ପରିବାର ସହ ଅଞ୍ଚଳବାସୀ ମଧ୍ୟ ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ