ଦୁଇ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକର ବି.ବ୍ରହ୍ମପୁର ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୧୩ ତାରିଖ ଓ ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୧୨ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଭୟ ବିଦ୍ୟାଳୟର ପୋଷାକ ଓ ଜୋତା ବଣ୍ଟନ ମେଳାରେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବି.ବ୍ରହ୍ମପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ବସନ୍ତ ମଞ୍ଜରୀ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳାରେ ସମ୍ମାନୀତ ଅତିଥି ଭାବେ ଏସଏମସି ଅଧ୍ୟକ୍ଷ ଗନ୍ଧମାର୍ଦ୍ଦନ ସେଠୀ ଓ ସିଆରସିସି ସନ୍ତୋଷ କୁମାର ସାହୁ ଯୋଗ ଦେଇଥିଲେ। ଅତିଥି ବୃନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିବା ବେଳେ ଶିକ୍ଷକ ସନ୍ତୋଷ ପାତ୍ର ଓ ଭାରତ ଧରୁଆ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ମେଳାରେ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁବାଳା ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସଏମସି ଅଧ୍ୟକ୍ଷ ସୁଦର୍ଶନ ପୋଲେଇ ଓ ସିଆରସିସି ଯୋଗ ଦେଇଥିଲେ। ଅତିଥି ବୃନ୍ଦ ବିଦ୍ୟାଳୟର ୨୪୩ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ଗୌରୀ ଶଙ୍କର ରଥ, ନାରାୟଣ ସମୁଦ୍ର, ପଞ୍ଚାନନ ବିଷୋୟୀ, କିରଣ ବାଳା ତ୍ରିପାଠୀ, ଅନିତା ସ୍ଵାଇଁ, ବାସବ ଦତ୍ତା ଦାଶ, ଓ ରବୀନ୍ଦ୍ର ବେହେରା ପ୍ରମୁଖ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମେଳାରେ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ