କଳାହାଣ୍ଡିର ବାରିଷ୍ଠ ଚଳଚିତ୍ର ଅଭିନେତା ବଦ୍ରି ନାରାୟଣ ମହାପାତ୍ରଙ୍କ ପରଲୋକ

କଳାହାଣ୍ଡି, (‌ୱାଇଏନ୍‌ଏସ୍‌): କଳାହାଣ୍ଡିର ବାରିଷ୍ଠ ଚଳଚିତ୍ର, ଟିଭି, ବେତାର ଓ ମଞ୍ଚ ଅଭିନେତା, ନିର୍ଦେଶକ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା ଅଭିନେତା ବଦ୍ରି ନାରାୟଣ ମହାପାତ୍ର ଙ୍କ ପରଲୋକ। ଶ୍ରୀ ମହାପାତ୍ର ଶତାଧିକ ନାଟକରେ ଅଭିନୟ କରିବା ସହ ଅନେକ ବେତାର ଓ ଟିଭି କାର୍ଯ୍ୟକ୍ରମ ରେ ଅଭିନୟ କରିଥିଲେ। ଚଳଚ୍ଚିତ୍ର ସମର୍ପଣ, ପଳାତକ ଓ ଜନ୍ମଦାତା ରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ମୋହିନେଇ ଥିଲେ। ଏହା ବ୍ୟତୀତ ସେ ଅନେକ ନାଟକ ର ନିର୍ଦେଶନା ଦେଇଥିଲେ। କଳା ସଂସ୍କୃତି ନିମନ୍ତେ ଅବଦାନ ନିମନ୍ତେ ତାଙ୍କୁ କଳାହାଣ୍ଡି ଉତ୍ସବ ରେ କଳାହାଣ୍ଡି ବରପୁତ୍ର ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସେ ଜଣେ କ୍ରୀଡାବିତ, କ୍ରୀଡ଼ା ସଂଗଠକ ଭାବରେ କଳାହାଣ୍ଡିରେ ବେଶ ଜଣାଶୁଣା ଥିଲେ। ସେ କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ କଳାହାଣ୍ଡି ଲେଖକ କଳା ପରିଷଦ, କଳାହାଣ୍ଡି କଳାକାର ସଂଘ ର ସଭାପତି ଥିଲେ। ତାଙ୍କର ବିୟୋଗରେ କଳାହାଣ୍ଡି ଜଣେ ବିଶିଷ୍ଟ କଳାକାର ଓ ସଂଘଠକ ଙ୍କୁ ହରାଇଲା। ତାଙ୍କର ପରଲୋକରେ କଳାହାଣ୍ଡି କଳାକାର ସଙ୍ଘ, କଳାହାଣ୍ଡି ଲେଖକ କଳା ପରିଷଦ, ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଜିଲ୍ଲା ସଂସ୍କୃତି ପରିଷଦ, କାରୁଣ୍ଡ କଳା କେନ୍ଦ୍ର, ପ୍ରତିଭା ଅନୁଷ୍ଠାନ, କାରୁଣ୍ଡ କଳା ମଞ୍ଚ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ବରିଷ୍ଠ ଅଭିନେତା, କ୍ରୀଡାବିତ ଓ ସଂଗଠକ ଶ୍ରୀ ମହାପାତ୍ର ଙ୍କ ପରଲୋକ ରେ କଳାହାଣ୍ଡି ଜଣେ ଭୂମିପୁତ୍ର ଓ ଶ୍ରେଷ୍ଠ କଳାକାର ଙ୍କୁ ହଲାଇଲା ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ , ଲୋକସଭା ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର ପରଲୋକରେ କଳାହାଣ୍ଡି କଳା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ