ଦୁଇ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଦୁଇ ସରକାରୀ ଶିକ୍ଷାନିଷ୍ଠାନ ‘ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ’ ଓ ‘ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ’ ମଧ୍ୟରେ ଏକ ବହୁମୁଖୀ ବୁଝାମଣା ପତ୍ର ଉଭୟ ଅଧ୍ୟକ୍ଷଙ୍କ ସହମତିରେ ସ୍ୱାକ୍ଷରିତ ହୋଇଛି। ଦୁଇ ଶିକ୍ଷାନୁଷ୍ଠାନର ପାରସ୍ପରିକ ସହମତି ଓ ସହଯୋଗ ଭିତ୍ତିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଆବଶ୍ୟକତା ଅନୁଯାୟୀ ଶିକ୍ଷଣ କାର୍ୟ୍ୟ ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଛାତ୍ରଛାତ୍ରୀ ବିନିମୟ ବ୍ୟବସ୍ଥା, ମାନବ ସମ୍ବଳ ଓ ଭିତ୍ତିଭୂମିର ସହଯୋଗ, ଉଚ୍ଚତର ଶିକ୍ଷା ଗବେଷଣା, ପ୍ରଯୁକ୍ତି ସହାୟତା, ସ୍ୱଳ୍ପ କାଳୀନ ତାଲିମ ବ୍ୟବସ୍ଥା, ଆଲୋଚନା ଚକ୍ର, କର୍ମଶାଳା ଆଦି ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ବୁଝାମଣା ପତ୍ର କାର୍ୟ୍ୟକ୍ରମରେ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଈଶ୍ୱର ପଟେଲ, ଅନ୍ତରୀଣ ଗୁଣବତ୍ତା ପରୀକ୍ଷଣ ସଂଯୋଜକ ଡ଼. ରଶ୍ମୀରଞ୍ଜନ ପୁହାଣ ଓ ଡ଼. ଦୋଳ ଗୋବିନ୍ଦ ସାହୁ ଏବଂ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସୁବାଶ ଚନ୍ଦ୍ର ପ୍ରଧାନ, ମୂରଲୀଧର ସେଠୀ ଓ ଡ଼. ଶ୍ରୀନିବାସ ଆଚାର୍ୟ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ