ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡିଶାର ପୂର୍ବତନ ଶିକ୍ଷାମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ବିଜାତଳା ବ୍ଲକର ସରଗଡା ଠାରେ ମଙ୍ଗଳବାର ପାଳିତ ହୋଇଯାଇଛି । ସେ ମୟୂରଭଞ୍ଜ ଜିଲ୍ଲାର ବରପୁତ୍ର ଓ ମହାନ ଆଦିବାସୀ ମାନଙ୍କର ବିକାଶ ନିମନ୍ତେ ସେ କାର୍ଯ୍ୟକରିଥିଲେ । ଏଥିରେ ସ୍କୁଲର ଛାତ୍ରୀ ମାନଙ୍କୁ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏଥିରେ ଶିକ୍ଷକ ଭବାନୀ ଶଙ୍କର ଗିରି,ଯୁବ ବିଜେଡ଼ି ନେତା ଗଣେଶ୍ୱର ମିଶ୍ର, ଏବଂ ଶିକ୍ଷକ, ଛାତ୍ର ଛାତ୍ରୀ ସାମିଲ ହୋଇ ମହାନ ବିଦ୍ୱାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।ପରେ ଦିବଂଗତ ନେତାଙ୍କ ଜୀବନଚର୍ଯ୍ୟା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ