ଦୁର୍ଘଟଣାରୁ ବଞ୍ଚିବା ପାଇଁ ଧାର୍ମିକ ନିୟମ

ସମ୍ପ୍ରତି ସଡ଼କ ଦୁର୍ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ଯୋଗୁଁ ଉଭୟ ଧନ ଓ ଜୀବନର କ୍ଷୟକ୍ଷତି ହୋଇଥାଏ।  ଏହା କେତେବେଳେ ଘଟିବ, କେହି ଜାଣି ନ ଥାଆନ୍ତି। ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ ସ୍ତରରେ ବ୍ୟାପକ ସେଚେତନତା କରାଯାଉଛି। ଆକସ୍ମିକ ଦୁର୍ଘଟଣା ବର୍ତ୍ତିବା ଲାଗି କେତେକ ଧାର୍ମିକ ନୀତିନିୟମ ରହିଛି, ଯାହା ନିମ୍ନରେ ଅବତାରଣା କରାଗଲା।

– ହନୁମାନ ମନ୍ଦିରରେ ପ୍ରତିଦିନ ଜସ୍ମିନ ତେଲରେ ମାଟି ଦୀପ ଲଗାନ୍ତୁ।

– ପକ୍ଷୀମାନଙ୍କୁ ଲାଲ ମସୁର ଖାଇବାକୁ ଦିଅନ୍ତୁ।

– ହନୁମାନଙ୍କ ମନ୍ଦିରରୁ ସଂକଳ୍ପସୂତ୍ର ଆଣି ହାତରେ ବାନ୍ଧନ୍ତୁ।

– ହନୁମାନ ମନ୍ଦିରରେ ଗୁଡ ଚଣାର ପ୍ରସାଦ ବାଣ୍ଟନ୍ତୁ।

– ଘରୁ ବାହାରିବା ବେଳେ ଲେମ୍ବୁରେ ସିନ୍ଦୁର ଲଗାଇ ପକାଇ ଦିଅନ୍ତୁ।

– ବିଧବା ମହିଳାଙ୍କ ଇଚ୍ଛାନୁସାରେ ମିଠା ବାଣ୍ଟନ୍ତୁ।

– ଘର ଛାତରେ ନାଲି ପତାକା ଲଗାନ୍ତୁ।

– ହନୁମାନଙ୍କ ଫଟୋରେ ନାଲି ଫୁଲ ଅର୍ପଣ କରନ୍ତୁ। କର୍ପୁର ଜଳାନ୍ତୁ ।

– ନଡିଆରେ ସଂକଳ୍ପସୂତ୍ର ବାନ୍ଧି ହନୁମାନ ମନ୍ଦିରରେ ଅର୍ପଣ କରନ୍ତୁ।

– ଦୁର୍ଘଟଣାରୁ ବଞ୍ଚିବା ପାଇଁ ଘରୁ ବାହାରିବା ସମୟରେ ମିଠା ଖାଇ ବାହାରନ୍ତୁ। ମିଠା ଖାଇବା ପରେ ପାଟିରେ କୁଳି କରି ଘରୁ ବାହାରକୁ ବାହାରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ