ବିଶିଷ୍ଟ ଆଇନ୍ ଜୀବୀ ରାମନାଥ ମିଶ୍ରଙ୍କ ପରଲୋକରେ ଅଶ୍ରୁଳ ଶ୍ରଦ୍ଧାଞଜଳି

ପାରଳଖେମୁଣ୍ଡି, (ତାରିଣୀ ପଣ୍ଡା):ସହର ବିଶିଷ୍ଟ ଆଇନ୍ ଜୀବୀ ,ସମାଜସେବୀ,ସଂଗଠକ ତଥା ଜନପ୍ରିୟ ସ୍ୱନାମ ଧନ୍ୟ ବ୍ୟକ୍ତି ବିଶେଷ ରାମନାଥ ମିଶ୍ର ଗତକାଲି ୭୭ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇ ସାରିଛନ୍ତି। ଏହି ଅବସରରେ ଉତ୍କଳ ସମ୍ବିଳନୀ (ଗଜପତି), ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୁଲ୍ୟରେ ଏକ ଅଶ୍ରୁଳ ଶ୍ରଦ୍ଧାଞଜଳି ସଭା ଆଜି ଅପରାହ୍ନରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉପାନ୍ତ୍ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସାରିଛି। ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା,ଭାଗବତ ପାଢ଼ୀ,ଭରତଭୂଷଣ ମହାନ୍ତି, ଆଶାଲତା ପାଣିଗ୍ରାହୀ, ତ୍ରିପତି ପ୍ରସାଦ ପଣ୍ଡା, ବିଷ୍ଠୁ ପ୍ରସାଦ ପଣ୍ଡା,ସୁରେଶ ଦାଶ, ରାମ ଚନ୍ଦ୍ର ପାଢ଼ୀ, ଜଗଦୀଶ ମହାପାତ୍ର, ନିତ୍ୟାନନ୍ଦ ଚୌଧୁରୀ, ଶାମସୁନ୍ଦ ର ଗନ୍ତାୟତ, କେପ୍ଟେନ ମାଲିକାର୍ଜୁଁନ ପଟନାୟକ ପ୍ରଭୃତି ଦିବଙ୍ଗତ ମହାନ ଆତ୍ମାର ସ୍ମୃତି ଚାରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ