ଓଡିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ ଭିଜିଲାନସ ସଚେତନତା ଅଭିଯାନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଓଡିଶା ଗ୍ରାମ୍ୟ ବ୍ୟାାଙ୍କ ତରଫରୁ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ଭିଜିଲାନସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାଖା ପରିଚାଳକ ରାଜାରାମ ସା, ସହକାରୀ ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ନବ କିଶୋର ବିଶ୍ୱାଳ, ପଦ୍ମନାଭ ପଣ୍ଡା, ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ଭିଜିଲାନସ ସଚେତନତା କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦ୍ୟୋ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସାଧୁତା ଓ ଦୁର୍ନିତି ବିରୁଦ୍ଧରେ ସଚେତନତା ହେବାପାଇଁ ଛାତ୍ରଛାତ୍ରୀଙ୍କୁ ସପଥପାଠ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ