ଦୁର୍ନୀତି ଭ୍ରଷ୍ଟାଚାର ବିରୋଧ ମଞ୍ଚର ଶପଥ ଗ୍ରହଣ ଆସନ୍ତା ମଙ୍ଗଳ ବାର ଦିନ ଅନୁଷ୍ଠିତ ହେବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହି ର ପ୍ରତକ୍ଷ୍ୟ ତତ୍ୱାବଧାନରେ ନବ ଗଠିତ ମା ଦୁର୍ଗା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ୨୯ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ବୋଲି ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର ଜଣାଇଛନ୍ତି l ଏଥିରେ ତିନୋଟି ୱାର୍ଡ ର ଜନ ସାଧାରଣ ଯୋଗଦେବାକୁ ନିବେଦନ କରିଛନ୍ତି l ବାଲିଗୁଡା ରେ ଦୁର୍ନୀତି ବିରୋଧୀ ମଞ୍ଚ ଗଠନ ପରେ ଏନ.ଏ.ସି ର ଅନ୍ୟାନ୍ୟ ୱାର୍ଡ ରେ କମିଟି ଗଠିତ ହେଉଛି ସମସ୍ତ ୱାର୍ଡ ରେ କମିଟି ଗଠନ ପରେ ପର୍ଯ୍ୟାୟ କ୍ରମେ ବାଲିଗୁଡା ସହରରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମିଳିତ ମହାମଞ୍ଚ ଗଠନ ହେବ ବୋଲି ସୂଚନା ମିଳିଛି l ସୂଚନାଯୋଗ୍ୟ ଯେ ବାଲିଗୁଡା ରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ ପରେ ଦୁର୍ନୀତି ଓ ଭ୍ରଷ୍ଟାଚାର ରେ ସମ୍ପୃକ୍ତଥିବା ବ୍ୟକ୍ତି ବିଶେଷ ଙ୍କ ନିଦ ହଜିଯାଇଛି l କୁ-ଚକ୍ରୀଗୋଷ୍ଠୀ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହାକୁ ଭଣ୍ଡୁର କରିବାପାଇଁ ରାଜନୈତିକ ରଙ୍ଗ ଦେବାକୁ ଅପଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ଆଦୌ ବିଚଳିତ ନଥିବା କହିଛନ୍ତି ସଭାପତି ଲଳିତ ପାତ୍ର l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ