ଦେଢମାସ ପୁରିଲା ମେଡିକାଲ ଆନ୍ଦୋଳନକୁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସିଟି ମେଡିକାଲ ଆନ୍ଦୋଳନକୁ ଦେଢମାସ ପୁରିଲା । ସିପିଆଇ(ଏମ) ଓ ସିପିଆଇ ର ରାଜ୍ୟ ନେତୃତ୍ୱ ଆନ୍ଦୋଳନସ୍ଥଳରେ ପହଞ୍ଚି ଦୃଢ ସମର୍ଥନ କରିବା ସହିତ ଏ ଲଢେଇ ନିଶ୍ଚିନ୍ତ ସଫଳ ହେବ ବୋଲି କହିବା ସହିତ ଏହି ଆନ୍ଦୋଳନ ସହିତ ଶେଷ ପର୍ଯ୍ୟନ୍ତ ରହିବା ପାଇଁ ଦୃଢ ଭାବେ ଘୋଷଣା କରିଥିଲେ । ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ, ସିପିଆଇ(ଏମ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଦୁଷ୍ମନ୍ତ ଦାସ, ଓଡିଶା କୃଷକ ସଭାର ସଭାପତି ଜମେଶ୍ୱର ସାମନ୍ତରାୟ, ସିପିଆଇ ସହସମ୍ପାଦକ ପ୍ରଶାନ୍ତ ମିଶ୍ର, ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଉଭୟ ଦଳର ନେତୃତ୍ୱ କାଳି ପ୍ରସାଦ ନାୟକ, ବାବାଜୀ ଧଳ, ନରୋତ୍ତମ ପାର୍ଥସାରଥୀ, ଅଜୟ ସାମଲ, ରତ୍ନଞ୍ଜୟ ମଲ୍ଲିକ, ସୁହାନା ବେଗମ, ସୀତାକାନ୍ତ ନାୟକ ପ୍ରମୁଖ ବକ୍ତବ୍ୟ ରଖିବା ସହିତ ତୁରନ୍ତ ସିଟି ହସପିଟାଲ ପାଇଁ ଦାବି କରିଥିଲେ । ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ନରୋତ୍ତମ ଜେନା, ମହମ୍ମଦ ଆକବର ଅଲ୍ଲୀ, ହିବଜୁର ରହେମାନ, ସୈାମେନ୍ଦ୍ର ପୃଷ୍ଟି, ସୟଦ ଅକମଲ ଅଲ୍ଲୀ, ବିପିନ ବିହାରୀ ପରିଡା, ଅବଦୁଲ ମାଜିଦ, ଉପେନ୍ଦ୍ର ମଲିକ, ମହମ୍ମଦ ଜାକିର, ମୁକ୍ତାର ଖାଁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ