ଦେଶରେ ୫୪ ପ୍ରତିଶତ ବୟସ୍କ ଲୋକ କରୋନା ଟିକା ଲଗାଇଲେ
ନୂଆଦିଲ୍ଲୀ, ଦେଶରେ କରୋନା ରୋକିବା ପାଇଁ ବୟସ୍କ ଜନସଂଖ୍ୟାର ୫୪ ପ୍ରତିଶତ ଲୋକଙ୍କୁ ଏହି ଟିକା ଦିଆଯାଇଛି । ବୟସ୍କ ଜନସଂଖ୍ୟାର ୧୬ ପ୍ରତିଶତ ଉଭୟ ଟିକା ଗ୍ରହଣ କରିଛନ୍ତି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ଗୁରୁବାର ଦିନ ଏହି ନିୟମିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶର ୫୪ ପ୍ରତିଶତ ଲୋକଙ୍କୁ କରୋନା ରୋକିବା ପାଇଁ ଟିକା ଦିଆଯାଇଛି । ଜନସଂଖ୍ୟାର ୧୬ ପ୍ରତିଶତ ଉଭୟ ଟିକା ଗ୍ରହଣ କରିଛନ୍ତି । ୯୯ ପ୍ରତିଶତ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି ଏବଂ ୮୪ ପ୍ରତିଶତ ଉଭୟ ଡୋଜ୍ ନେଇଛନ୍ତି । ସେହିଭଳି ୮୦ ପ୍ରତିଶତ ଆଗଧାଡ଼ିର କର୍ମଚାରୀ ଏହି ଟିକା ଉଭୟ ଡୋଜ୍ ନେଇଛନ୍ତି ।
୩ ରାଜ୍ୟରେ ଶତପ୍ରତିଶତ ବୟସ୍କ ଲୋକ ଟିକା ନେଇଛନ୍ତିଦୁଇଟି ରାଜ୍ୟ ଏବଂ ଦେଶର ଏକ ୟୁନିୟନ ଅଂଚଳରେ ୧୦୦ ପ୍ରତିଶତ ବୟସ୍କ ଜନସଂଖ୍ୟା ଟୀକାକରଣ କରାଯାଇଛି । ଏଥବରେ ହିମାଚଳ ପ୍ରଦେଶ, ଦାଦ୍ରା ନଗର ହାଭେଲି ଏବଂ ସିକିମ୍ ଅନ୍ତର୍ଭୁକ୍ତ । ସେଥିମଧ୍ୟରୁ ୩୨ ପ୍ରତିଶତ ଜନସଂକ୍ୟା ଉଭୟ ଟିକା ଗ୍ରହଣ କରିଛନ୍ତି ।
ଏଥିସହିତ ଦେଶର ୫ଟି ରାଜ୍ୟ ତଥା ୟୁନିୟନ ଅଂଚଳରେ ୮୫ ପ୍ରତିଶତ ବୟସ୍କ ଲୋକ କରୋନା ପାଇଁ ଗୋଟିଏ ଡୋଜ୍ ଟିକା ପାଇଛନ୍ତି । ଏଥିମଧ୍ୟରେ ମିଜୋରାମ, ଲାକ୍ଷାଦ୍ୱୀପ, ଦାମନ-ଡିୟୁ, ତ୍ରିପୁରା ଏବଂ ଲଦାଖ ଅନ୍ତର୍ଭୁକ୍ତ ।ରାଜେଶ ଭୂଷଣ କହିଛନ୍ି ଯେ, ଅଗଷ୍ଟ ମାସରେ ୧୮ କୋଟି ୩୮ ଲକ୍ଷ ଆଂଟି କରୋନା ଟିକା ଦିଆଯାଇଥିଲା । ଏହି ମାସରେ ହାରାହାରି ୫୯.୨୯ ଲକ୍ଷ ଟିକା ଦିଆଯାଇଛି । ଅଗଷ୍ଟ ମାସରଶେଷ ସପ୍ତାହରେ ପ୍ରତିଦିନ ୮୦ ଲକ୍ଷରୁ ଅଧିକ ଡୋଜ ଦିଆଯାଉଛି ଏବଂ ଦୁଇ ଦିନରେ ଏକ କୋଟିରୁ ଅଧିକ ଟିକା ଦିଆଯାଇଛି ।


