୧୦ କୋଟିର ହେରୋଇନ୍ ସହିତ ପାକିସ୍ଥାନୀ ଅନୂପ୍ରବେଶକାରୀ ଗିରଫ

ଫିରୋଜପୁର, ପଂଜାବ୍‌ର ଫିରୋଜପୂର ଜିଲ୍ଲ୍‌ାରେ ଗୁରୁବାର ଦିନ ଭାରତୀୟ ସୀମାରେ ବିଏସ୍ ଏଫ୍ ଯବାନଙ୍କ ଦ୍ୱାରା ଏକ ପାକିସ୍ଥାନୀ ଅନୂପ୍ରବେଶ କାରୀକୁ ବନ୍ଦୀ କରିଛନ୍ତି । ଅନୁପ୍ରବେଶକାରୀ ଠାରୁ ଦୁଇ ପକେଟ୍ ହେରୋଇନ୍ ଜବତ କରାଯାଇଛି ଯାହାର ଆନ୍ତର୍ଜାତିକ ବଜାରରେ ମୂଲ୍ୟ ୧୦ କୋଟି ଟଙ୍କା ହେବ ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ପାକିସ୍ଥାନୀ ନାଗରିକ ଭୋର ୪ଟା ସମୟରେ ମମ୍‌ଟୋଟ୍ ଇଲ୍ଲାକାରେ ଭାରତ ପାକିସ୍ଥାନ ସୀମାର କଂଟା ବାଡ ପାରି ହୋଇ ଭାରତ ସୀମା ଭିତରକୁ ପଶି ଆସିଥିଲା । ଏହି ସମୟରେ ଭାରତ ସୀମାରେ ଉପସ୍ଥିତ ଥିବା ବି ଏସ୍ ଏଫ୍ ଯବାନଙ୍କ ନଜରକୁ ଆସିଥିଲା ଓ ସେମାନେ ତାଙ୍କୁ ବନ୍ଦୀ କରିଥିଲେ । ଗିରଫ ହୋଇଥିବା ଅନୁପ୍ରବେଶକାରୀର ପରିଚୟ ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ