ଧନୁର୍ଜୟବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବେଦମନ୍ତ୍ର ଉଚ୍ଚାରଣ କରି ଚର୍ଚ୍ଚାରେ ଥିବା ମୁସଲିମ ଛାତ୍ରୀ ସମଝାନାଙ୍କୁ ଆର୍ଥିକ ସହାୟତା ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଗରା ଗ୍ରାମର ମୁସଲିମ ଝିଅ ସମଝାନା ଖାତୁନ ପିଲାଟି ବେଳୁ ହିନ୍ଦୁ ଧର୍ମର ବିଭିନ୍ନ ଦେବାଦେବୀଙ୍କ ଶ୍ଳୋକ ଓ ବନ୍ଦନା ଗାଇ ଆସୁଥିବା ବେଳେ ଏବେ ପ୍ରାଞ୍ଜଳ ଭାବରେ ବେଦମନ୍ତ୍ର ଉଚ୍ଚାରଣ କରି ସାରା ଜିଲ୍ଲାରେ ଚର୍ଚ୍ଚାରେ ରହିଛନ୍ତି । ଚଳିତ ବର୍ଷ ସେ ମାଟ୍ରିକ ପରୀକ୍ଷାରେ ମଧ୍ୟ ସଫଳାତର ସହ ଉତୀର୍ଣ୍ଣ ହୋଇଛନ୍ତି । ଭବିଷ୍ୟତରେ ଜଣେ ନର୍ସ ହୋଇ ଲୋକ ମାନଙ୍କର ସେବା କରିବା ତାଙ୍କର ଲକ୍ଷ୍ୟ ରହିଛି । କିନ୍ତୁ ପାଠ ପଢିବା ବାଟରେ ଅର୍ଥ ସାଜିଛି ବାଧକ । ବାପା କଲିମୁଦ୍ଦିନ ଜଣେ ଶାରୀରିକ ଭିନ୍ନକ୍ଷମ ହୋଇଥିବା ବେଳେ ଆର୍ଥିକ ଅନାଟନ ମଧ୍ୟରେ ଘର ଚଳାଇବା ତାଙ୍କ ପକ୍ଷରେ କଷ୍ଟକର ବ୍ୟାପାର ହୋଇପଡିଛି । ଅନ୍ୟପଟେ ଘରେ ନ ଜଣାଇ ଅନଲାଇନରେ +୨ ଫର୍ମ ପକାଇଛନ୍ତି ସମଜାନା । ଏସମ୍ପର୍କରେ ଖବର ପାଇ ବସପୁରସ୍ଥିତ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମଝାନାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ସମାଜସେବୀ ଭଗବାନ ବିଶ୍ୱାଳ ଛାତ୍ରୀ ସମଝାନାଙ୍କୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ