ଧାନ ଖଳାରେ ନିଆଁ ଲାଗି ଧାନ ନଷ୍ଟ

ଜଗନ୍ନାଥ ପ୍ରସାଦ ବ୍ଲକ କୁମ୍ପାପଡା ପଂଚାୟତ ଅଧିନ ଖଇରନଟି ହରିଜନ ସାହିରେ ଧାନ ଖଳାରେ ଅଗ୍ନିକାଣ୍ଡ ଘଟି ବହୁ ଧାନ ନଷ୍ଟ ହୋଇଥିବା ଜଣାପଡିଛି । ଚାଷୀ ନିଜର ଜମିରେ ଧାନ ଚାଷ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଆୟ କରିଥିବା ଧାନ ସବୁ ପୋଡି ପାଉଁଶ ହୋଇଯାଇଛି । ପୋଡି ପାଉଁଶ ହୋଇଥିବା ଚାଷୀ ମାନଙ୍କର ପରିଚୟ ହରିଜନ ସାହିର ଚାଷୀ ଭରର ନାଇକ ଓ ଡାକ ନାଇକ ନିଜ ଖଳରେ ଧାନ ରଖି ଅମଳ କରୁଥିବା ବେଳେ ହଠାତ୍ ପାଳ ଗଦାରେ ନିଆଁ ଲାଗି ଦ୍ରୁତ ଗତିରେ ନିଆଁ ବ୍ୟାପୀ ପୋଡି ପାଉଁଶ ହୋଇଯାଇଛି । ସ୍ଥାନୀୟ ଲୋକେ ଦେଖି ନିକଟ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସ୍ଥାନୀୟ ସରପଞ୍ଚ ୟୋସବନ୍ତ ବଲବନ୍ତ ସାହାଣୀ ନିଆଁ ଲାଗିବା ସ୍ଥାନରେ ପହଞ୍ଚି ଗରିବ ଚାଷୀ ଙ୍କୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି । ଚାଷୀ ଙ୍କ ପ୍ରାୟ ପାଚଂ ଏକରର ଧାନ ନିଆଁରେ ନଷ୍ଟ ହୋଇ ଯାଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ