ଧୂଆଁପଦା ଗ୍ରାମରୁ ହରିଣ ଉଦ୍ଧାର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ଧୂଆଁପଦା ଗ୍ରାମକୁ ଏକ ହରିଣ ମଙ୍ଗଳବାର ପଶି ଆସିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ହରିଣଟି ଲୋକମାନଙ୍କୁ ଦେଖି ଭୟରେ ଇତଃସ୍ତିତଃ ଭାବେ ଦୌଡିବାକୁ ଲାଗିଥିଲା । ଗ୍ରାମର ଯୁବକ ରାକେଶ ଜେନା, ସୁବାସ ସ୍ୱାଇଁ ଉକ୍ତ ହରିଣଟିକୁ ଉଦ୍ଧାର କରିଥିଲେ । ହରିଣକୁ ଉଦ୍ଧାର କରିବା ସମୟରେ ତାର ଶରୀରରେ କ୍ଷତସ୍ଥାନ ଦେଖିବାକୁ ମିଳିଥିଲା । ପରେ ଏ ସଂର୍ପକରେ କୁଜଙ୍ଗ ବନ ଉପଖଣ୍ଡ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିଲା । ବିଭାଗ ପକ୍ଷରୁ ଚିତରଂଜନ ଭୋଇ, ସଂଜୟ କୁମାର ପୋଲେଇ ଘଟଣାସ୍ଥଳରେ ପହଁଚିଥିଲେ । ଗାରୋଇ ଫାଣ୍ଡି କର୍ମଚାରୀ ଦିପକ କୁମାର ବେହେରାଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ଦ୍ୱାରା ବିଭାଗୀୟ କର୍ମଚାରୀଙ୍କୁ ହରିଣକୁ ହସ୍ତାନ୍ତର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ