ନାଉଗାଁ ବ୍ଳକରେ ୭୬ତମ ସ୍ୱାଧିନତା ଦିବସ ପାଳିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକରେ ସୋମବାର ୭୬ତମ ସ୍ୱାଧିନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟରେ ଉପାଧ୍ୟକ୍ଷ ସୁଜିତ ପୁହାଣ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଜେ.କଳ୍ପନା,ନାଉଗାଁ ଥାନାରେ ଆଇଆଇସି ଅନିରୁଦ୍ଧ ନାୟକ, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କେନ୍ଦ୍ରର ଅଧିକ୍ଷକ ଡାକ୍ତର ମାନସ ମହାପାତ୍ର, ଗୋଷ୍ଠୀ ପ୍ରାଣୀଧନ କାର୍ଯ୍ୟାଳୟରେ ଡାକ୍ତର ରାଜା ଉଦୟଭାନୁ ରାଉତ, ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡା.ଚାଇନା ପ୍ରଧାନ, ଶ୍ରୀଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଧିକାରୀ ଲେଙ୍କା, ମା’କୁତାମଚଣ୍ଡୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରସନ୍ନ କୁମାର ବାରିକ, ବ୍ଳକ କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ନିରଞନ ବେହୁରା, ବିଜେପି କାର୍ଯ୍ୟାଳୟରେ ସଭାପତି ନିଲୁରାମ ଜେନା ଆଦି ପତାକା ଉତୋଳନ କରିଥିଲେ । ସେହିପରି ବ୍ଳକର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟରେ ପଂଚାୟତ ପ୍ରତିନିଧି ପତାକା ଉତୋଳନ କରିବା ସହିତ ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଗଙ୍ଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ଇଂରାଜୀ ମିଡିୟମ ବିଦ୍ୟାଳୟ, ଉତ୍କଳମଣୀ ଗୋପବନ୍ଧୁ ଶିଶୁ ଶିକ୍ଷା ମନ୍ଦିରରେ ପ୍ରଧାନ ଶିକ୍ଷକ ପତାକା ଉତୋଳନ କରିଥିବା ବେଳେ ଭଟଣା ଗାଁର ଉର୍ମିଲୋଚନ ପାଠାଗାରାରେ ପତାକା ଉତୋଳନ କରାଯାଇଥିଲା । ସେହିପରି ସ୍ୱାଧୀନତାର ୭୫ବର୍ଷ ପୂର୍ତି ଉପଲକ୍ଷେ ଗାଁଗହଳିର ପ୍ରତ୍ୟେକ ଜନସାଧାରଣ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ସହ ନିଜ ନିଜ ଘର ସମ୍ମୁଖରେ ପତାକା ଉଡାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ