ନଅ ଦଫା ନେଇ ଗଂଜାମ ବ୍ଲକ ଘେରାଉକଲା କଂଗ୍ରେସ
ଗଞ୍ଜାମ, (ବିନୋଦ ପଲାଇ):ଗଂଜାମ ବ୍ଳକ କଂଗ୍ରେସ ପକ୍ଷରୁ ନଅଦଫା ଦାବି ନେଇ ବ୍ଲକ କଂଗ୍ରସ ସଭାପତି ଏନ.ଗଣେଶ ରେଡ୍ଡୀ ନେତୃତ୍ୱରେ ଗଞ୍ଜାମ ବ୍ଳକ ଅଫିସ ଘେରାଉ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।କରିଛନ୍ତି କଂଗ୍ରେସ କର୍ମୀ ମାନେ। ରାଜ୍ୟ କଂଗ୍ରସ ଡ଼ାକରାରେ ଆଜି ବଡ଼ ବଜ଼ାର ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ନଅ ଦଫା ଦାବିପିସି କାରବାର ବନ୍ଦକରିବା , ନବୀନ ଓଡିଶା ଯୋଜନାରେ ପଞ୍ଚାୟତକୁ ଆସିଥିବା ୫୦ ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତକୁ ଦିଆଯିବା,ଖାଲି ପଡ଼ିଥିବା ସରକାରୀ ପଦବୀକୁ ତୁରନ୍ତ ପୂରଣ କରିବା ,ଟାଟା କମ୍ପାନୀର ଖାଉଟି ମାରଣ ବିଜୁଳି ନୀତି ବନ୍ଦ କରିବା,କୃଷକ ମାରଣାନୀତି ଓ ନାରୀ ନିର୍ଯ୍ୟାତନା ବନ୍ଦ୍ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନିତର ତଦନ୍ତ କରିବା, ନେଇ ଦାବି କରି ବ୍ଳକ ଘେରାଉ କରିଥିଲେ। ଏହି ଘେରାଉ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଏସସି ସେଲ ସଭାପତି ଭାଗିରଥି ବେହେରା ,ଗଞ୍ଜାମ ଏନ୍ ଏସି ସମ୍ପାଦକ ଯଜ୍ଞସ୍ୱର ଶତପଥୀ , ଏନ୍ ଏସି ଏସି ସେଲ ସଭାପତି ଦୀପକ କୁମାର ନାୟକ, ପୁର୍ବତନ ନଗର ସଭାପତି ନବ କିଶୋର ପଣ୍ଡା, କାଙ୍ଗା ପଲେଇ, ଯୁବନେତା କୁନା ରେଡ୍ଡୀ , ଧିରେନ୍ ପଟ୍ଟନାୟକ, ସୁରେଶ୍ ଚନ୍ଦ୍ର ନାୟକ, ଟ୍ରିପତି ରେଡ୍ଡୀ ,ଚନ୍ଦ୍ରଶେଖର ରେଡ୍ଡୀ,ସାଗର କୁମାର ସାହୁ ଙ୍କ ସମେତ କର୍ମୀ ଉପସ୍ଥିତ ଥିଲେ ।


