ନନ୍ଦନକାନନରେ ବିଶ୍ଵ ହାତୀ ଦିବସ ପାଳିତ
କଟକ, (ଓ୍ବାଇଏନଏସ): ବିପଦରେ ପଡିଛି ଜଙ୍ଗଲୀ ହାତୀଙ୍କ ବଂଶ। ଏହି ବିଶାଳକାୟ ପ୍ରାଣୀ ବଂଶର ସୁରକ୍ଷା ଓ ସଂରକ୍ଷଣ ମଣିଷ ସମାଜର ଦାୟିତ୍ଵ । । ସେଥିଲାଗି ଗତ ୨୦୧୨ ମସିହାରୁ ଅଗଷ୍ଟ ୧୨ ତାରିଖକୁ ବିଶ୍ଵ ହାତୀ ଦିବସେ ଭାବେ ପାଳନ କରି ଜନସଚେତନତା ସୃଷ୍ଟି କରାଯାଇ ଅସୁଛି । ସେହି ପରିପ୍ରେକ୍ଷୀରେ ନନ୍ଦକାନନ ପ୍ରାଣୀ ଉଦ୍ୟାନରେ ବିଶ୍ଵ ହାତୀ ଦିବସ ପାଳିତ ହୋଇଯାଇଛି। ନନ୍ଦନକାନନ ପରିସରରେ ଉପନିର୍ଦ୍ଦେଶକ ପ୍ରଦିପ ମିରା ସେ ଦେବୀଦାସଙ୍କ ତତ୍ବାବଧାନରେ ହାତୀ ଦିବସର ଆୟୋଜନ ହୋଇଥିଲା । ଅତିଥି ଭାବେ ଯୋଗ ଦେଇଥିଲେ ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ଓ ରଘୁନାଥପୁର ସରପଞ୍ଚ ଖୁଲଣା ମାଝୀ । ପ୍ରଥମେ ହାତୀଶାଳରେ ୨ ବର୍ଷର କୁନି ହାତୀ ଲିସ,୩ ଆଶା ଓ ୬୨ ବର୍ଷର ବୁଢୀ ବାସନ୍ତୀ , ୨୮ ବର୍ଷର ଯୁବତୀ ହୀରାଙ୍କୁ ଦିଆଗଲା ତରଭୂଜ,ଆଖୁ, ନଡ଼ିଆ, କଦଳୀ ପ୍ରଭୃତି ସୁସ୍ଵାଦୁ ଫଳ ଖାଇବାକୁ ଦେଇ ଅପ୍ୟାୟିତ କରିଥିଲେ ଅତିଥି, ଅଧିକାରୀ ଓ କର୍ମଚାରୀ। ହାତୀମାନେ ଅନୁରୂପ ଭାବେ ଶୁଣ୍ଢ ଟେକି ଅଭିବାଦନ ଜଣାଇଲେ । ହାତୀ ମାହୁନ୍ତମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲ ରକ୍ଷା ଓ ହାତୀ ସୁରକ୍ଷାର ବାର୍ତ୍ତା ଦିଆଯାଇଛି । ବିଶ୍ଵ ହାତୀ ଦିବସ ଅବସରରେ ଗଛ ଲଗାଇବା, ଜଙ୍ଗଲକୁ ସୁରକ୍ଷା ଦେବା, ହାତୀକୁ ସୁରକ୍ଷା ଦେଇ ବଂଶବୃଦ୍ଧିରେ ସହାୟକ ହେବା ଆଦି ସଂକଳ୍ପ ନିଆଯାଇଥିଲା।


