ନନ୍ଦିଘୋଷ ଏଭନିଉ ଆପାର୍ଟମେଣ୍ଟରେ 80ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଜୟପ୍ରକାଶ ନଗର ଦ୍ୱତୀୟ ଗଳିସ୍ଥିତ ନନ୍ଦିଘୋଷ ଏଭନିଉ ଆପାର୍ଟମେଣ୍ଟରେ 80ତମ ସ୍ୱାଧୀନତା ଦିବସ ଉତ୍ସହରସହ ପାଳିତ ହୋଇଯାଇଛି, ସୋସାଇଟି ସଭାପତି ଡମ୍ବୁରୁଧର ଗନ୍ତାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତକା ଉତ୍ତଳୋନ କରିବା ସହ ଜାତୀୟ ସଂଗୀତ ସାମୁହିକ ଭାବେ ଗାନ କରିଥିଲେ, ଆଜିର ଦିନର ମହତ୍ୱ ନେଇ ଉପସ୍ଥିତ ଭଦ୍ର ବ୍ୟକ୍ତି ମାନେ କହିବାସହ ଦେଶ ଓ ସମାଜର ମଙ୍ଗଳ କରିବା ପାଇଁ ଉପଦେଶ ଦେଇଥିଲେ, ପରେ ସମସ୍ତେ ହରଘର ତୀରଙ୍ଗା କାର୍ଯ୍ୟକ୍ରମ ଅନୁଯାଇ ହାତରେ ଜାତୀୟ ପତକା ଧରି ବନ୍ଧେମାତରଂ ଗାନ କରି ନଗରପରିକ୍ରମା କରିଥିଲେ, ଏହିଅବସରରେ ସୋସାଇଟିର ଉପସଭାପତି ସୁଶାନ୍ତ କୁମାର ସ୍ୱାଇଁ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଖାଡ଼ଙ୍ଗା, ସହସମ୍ପାଦକ ସୁରେନ୍ଦ୍ର ନାଥ ସାହୁ, କୋଷାଧକ୍ଷ ସୁଶ୍ରୀ ନୀଳିମା ରେଡିଙ୍କ ସମେତ ରମେଶ ସାହୁ, ଶ୍ୟାମବାବୁ ପୃଷ୍ଟି, ଲଳିତ ରଥ, ଆର. ସୂର୍ଯ୍ୟପ୍ରକାଶ ରାଓ, ଅନିତା ସାହୁ, ମଞ୍ଜୁରାଣୀ ଗନ୍ତାୟତ, ମିନତୀ ମହାରଣା, ବାରଣାସୀ ନର୍ମଦା, ଜୁଲି ପୃଷ୍ଟି, ବନିତା କୁମାରୀ ପ୍ରଧାନ, ନଳିନୀପ୍ରିୟା ସାହୁ, ସଂଯୁକ୍ତା ସାହୁଙ୍କ ସମେତ ସୋସାଇଟିର ବହୁ ସଦସ୍ୟ ସଦସ୍ୟା ମାନେ ଉପସ୍ଥି ଥିଲେ, ଶେଷରେ ମିଷ୍ଟାନ ବଣ୍ଟନ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ