ନନ୍ଦିପଦା ପୁଲିସ ପକ୍ଷରୁ ସହିଦ ଦିବସ ପାଳିତ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ନନ୍ଦିପଦା ପୁଲିସ ପକ୍ଷରୁ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଗତ ୨୦୧୭ ଫେବୃୟାରୀ ୧ତାରିଖ ଦିନ କୋରାପୁଟ ଜିଲ୍ଲା ସୁକି ଠାରେ ମାଓବାଦିଙ୍କ ଲ୍ୟାଣ୍ଡମାଇନି ବିଷ୍ଫୋରଣରେ ଗୋବିନ୍ଦପୁର ଗ୍ରାମର ଗଣେଶ ସା ସହିଦ ହୋଇଥିଲେ । ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ଓଡିଶା ପୋଲିସ ପକ୍ଷରୁ ଗଣେଶ ପାଠପଢ଼ୁଥିବା ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ତଥା ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ନନ୍ଦିପଦା ଥାନା ଆଇଆଇସି ମାନସ କୁମାର ସ୍ୱାଇଁ, ନନ୍ଦିପଦା ଥାନା ଏସ.ଆଇ ଅରୁପ କୁମାର ସାମଲ ପ୍ରମୁଖ ଯୋଗଦେଇ ସହିଦ ହୋଇଥିବା ଶାସଙ୍ଗ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ସହିଦ ଗଣେଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ୱୃତି ଚାରଣ କରିଥିଲେ । ବିଶେଷକରି ଛାତ୍ରଛାତ୍ରୀ ମାଦେ ସେଶମାତୃକାର ସେବା କରିବାପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ । ସହିଦ ଗଣେଷଙ୍କ ବିଧବା ପତ୍ନୀ କୁମୁଦୁନୀ ରାଉତ, ପିତା ଘନଶ୍ୟମା ସା ଓ ଶ୍ରୀମତୀ ସାଙ୍କୁ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଶାସଙ୍ଗ ପଞ୍ଚାୟତର ବହୁ ଯୁବକ ଓ ସ୍କୁଲର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ସହିଦ ଗଣେଷ ଅମର ରହେ ଧ୍ୱନୀରେ ସମଗ୍ର ଅଞ୍ଚଳଟି ମୁଖରିତ ହୋଇ ଉଠିଥିଲା । ଶିକ୍ଷକ ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ନବକିଶୋର ବିଶ୍ୱାଳ, ପଦ୍ମନାଭ ପଣ୍ଡା, ଲକ୍ଷ୍ମୀକାନ୍ତ ମିଶ୍ର,ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ସତ୍ୟବ୍ରତ ବିଶ୍ୱାଳ, ରମେଶ ନାୟକ, ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ