ନବମ ଦିବସରେ ଆତ୍ମ ସୁରକ୍ଷା ତାଲିମ

ବୁଗୁଡ଼ା,(ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଛାତ୍ରୀମାନଙ୍କ ୨୦ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିର ଗତ ଅଗଷ୍ଟ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିଲା। ଛୁଟି ଦିନ ବ୍ୟତୀତ ଅଗଷ୍ଟ ୨୪ ତାରିଖ ଦିନ ପର୍ଯ୍ୟନ୍ତ ନବମ ଦିବସରେ ତାଲିମ କାର୍ଯ୍ୟକ୍ରମ ପହଁଚିଅଛି। ନବମ ଦିବସରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଓ କ୍ରୀଡା ସଂଗଠନ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଆତ୍ମ ସୁରକ୍ଷା ତାଲିମ ଶିବିର ପରିଦର୍ଶନ କରିଥିଲେ। ଆତ୍ମ ସୁରକ୍ଷା କ୍ଲବ ସଂଯୋଜିକା ଅଧ୍ୟାପିକା ଅନିତା ଦେବୀଙ୍କ ତତ୍ତ୍ୱାବଧାନରେ ମାଷ୍ଟର ଟ୍ରେନର ସମିତା ଜେନା ଓ ପୂଜାରଣୀ ସ୍ୱାଇଁଙ୍କ ତାଲିମ ଶୈଳୀକୁ ପ୍ରିନ୍ସପାଲ ନାୟକ ଓ କ୍ରୀଡା ସଂଗଠନ ଉପସଭାପତି ଅଧ୍ୟାପକ ସାହୁ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ପ୍ରାୟ ୫୦ ଜଣ ଛାତ୍ରୀ ତାଲିମ ଶିବିରରେ ଉପସ୍ଥିତ ରହି ଆତ୍ମ ସୁରକ୍ଷା କୌଶଳ ଶିକ୍ଷାଲାଭ କରିଥିଲେ। ସମସ୍ତ ଛାତ୍ରୀ ଉତ୍ତମ ଭାବେ ତାଲିମ ଗ୍ରହଣ କରିବା ପାଇଁ ପ୍ରିନ୍ସପାଲ ନାୟକ ଓ ଅଧ୍ୟାପକ ସାହୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ