ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଉଦ୍ଘାଟିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଗୁରବାର ବନ୍ତ ବ୍ଲକ ଆଗରପଡାସ୍ଥିତ କୃଷ୍ଣ ଚରଣ ବିଦ୍ୟା ମନ୍ଦିର ପରିସରରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ବିଡିଓ ପ୍ରଦୀପ କୁମାର ସେଠୀ, ବିଇଓ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଏବିଇଓ ହରେକୃଷ୍ଣ ଆପଟ୍ଟ, ଆଲୁମୁନି କମିଟି ସଭାପତି ପ୍ରଶାନ୍ତ କୁମାର ଦାଶ, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ଜିଲା ଶାରୀରିକ ଶିକ୍ଷାଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକ, ବ୍ଲକ କ୍ରୀଡା ସମ୍ପାଦକ ମନୋଜ କୁମାର ଶଂଙ୍ଖୁଆ ଅତିଥି ଭାବେ ଯୋଗ ଦେଇ କ୍ରୀଡା ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷୟିତ୍ରୀ ଡଲିରାଣୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜଗନ୍ନାଥ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବ୍ଲକର ୪୦ ହାଇସ୍କୁଲ ଓ ୬ ମଇ ବିଦ୍ୟାଳୟର ୧୯୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ବର୍ଗରେ ୧୫୦ ଜଣ ଓ କନିଷ୍ଠ ବର୍ଗରେ ୪୬ ଜଣ ପ୍ରତିଯୋଗୀ ଥିଲେ । ପ୍ରଥମ ଦିନରେ ଫୁଟବଲ୍, ଚେସ, ବ୍ୟାଡମିଣ୍ଟନ, ଯୋଗ ଆଦି ୪ ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ୩ ଦିନ ଧରି ହେବାକୁ ଥିବା ବେଳେ ଆଜି ପ୍ରଥମ ଦିବସର ପ୍ରତିଯୋଗିତା ଶେଷ ହୋଇଯାଇଛି । ଅବଶିଷ୍ଟ ୨ ଦିନର ପ୍ରତିଯୋଗିତା ସେପ୍ଟେମ୍ବର ୬ ଓ ୯ରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଆଜିର ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ଯଶୋବନ୍ତ ସିଂହ,ଶିଶିର କୁମାର ଶଙ୍ଖୁଆ, ବୀରଭଦ୍ର ପଣ୍ଡା, ଗଣେଷ ପ୍ରସାଦ ଦାଶ, ଶମ୍ବୁନାଥ ମହାନ୍ତି, ବଳଭଦ୍ର କିଙ୍କର ଜେନା, ଉପମନ୍ୟୁ ଖୁଣ୍ଟିଆ, ଧିରେନ୍ଦ୍ର ଷଡଙ୍ଗୀ, ଅଜୟ କୁମାର ନାୟକ, କୋଦଣ୍ଡଧର ସେଠୀ, ଜନ୍ମେଜୟ ନାୟକ ପରିଚାଳନା କରିଥିଲେ ।


