ନବାନ୍ନ ପାରାୟଣ ଉଦଯାପିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଠାରେ ଶ୍ରୀ ରାମଦୟା ପରିଷଦ ଦ୍ୱାରା ଆୟୋଜିତ ଉନ ଚତ୍ୱାରିଂଶ ତମ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି l ବ୍ୟାସଜୀ ଶ୍ରୀ ରାମମୋହନ ଦାସ ତଥା ସାନଛତା ମଠର ସାଧୁ ମାନଙ୍କ ଦ୍ୱାରା ଦିବସ ରେ ମାନସ ପାରାୟଣ ଅନୁଷ୍ଠିତ ହୋଇଥିଲା। ସେହିଭଳି ବିଭନ୍ନ ଦିବସରେ ଯଥାକ୍ରମେ ସାଧୁ ବିଜୟ ରାଘବେନ୍ଦ୍ର ଦାସ, ପଣ୍ଡିତ ପ୍ରମୋଦ ପଣ୍ଡା, ପଣ୍ଡିତ ଅଶୋକ ଦାସ, ସାଧୁ ହିମାଂଶୁ ମହାରାଜ, ମିନାର୍ଭା ମହାପାତ୍ର, ଏବଂ ସାଧୁ ଅନ୍ତର୍ଯ୍ୟାମୀ ମହାରାଜଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁରଲୀଧର ଦାସ କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ l ଜଗନ୍ନାଥ ପଣ୍ଡାଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ ହୋଇଥିଲା ବେଳେ ପୂଜା କାର୍ଯ୍ୟ ସନ୍ତୋଷ ଦାସ ସମ୍ପାଦନ କରିଥିଲେ l ଶେଷ ଦିବସରେ ରାମ ଅଭିଷେକ, ବ୍ୟାସ ପୂଜନ, ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ