ନବୀନଙ୍କୁ ନିନ୍ଦା କଲା ଆଇସିପି ପୋଲିସ୍ ଅନିତାଙ୍କୁ ଗିରଫ ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହିଳା ଆଇଆଇସି ଅନିତା ପ୍ରଧାନ ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣଙ୍କ ଉପରେ ଆକ୍ରମଣ କରିଥିବାରୁ ଜୟନାରାୟଣ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରିଥିବାର ଟିଭି ପରଦାରେ ଦେଖାଯାଉଛି । ତେଣୁ ପ୍ରଥମେ ଧନୁପାଲି ଥାନା ଆଇଆଇସି ଅନିତା ପ୍ରଧାନଙ୍କୁ ଗିରଫ କରିବା ସହିତ ସମ୍ବଲପୁର ଏସ୍ପିଙ୍କୁ ଭେଟିଥିବା ମହିଳା ପୋଲିସ୍ମାନଙ୍କୁ ଚାକିରୀରୁ ନିଲମ୍ବିତ କରିବାକୁ ଇଣ୍ଡିଆନ ସିଟିଜେନ୍ସ ପାର୍ଟି ସଭାପତି, ଓଡ଼ିଶା ହାଇକୋର୍ଟର ଆଡ଼ଭୋକେଟ ତଥା ଗୁପ୍ତଚର ସାପ୍ତାହିକୀର ସମ୍ପାଦକ ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି । ଓଡ଼ିଆ ଦୈନିକ ସକାଳ ଏବଂ ନନ୍ଦିଘୋଷ ଟିଭି ବିଜୁ ଜନତା ଦଳର ମୁଖପତ୍ର ସାଜି ବିଜୁ ଜନତା ଦଳର ଡିଣ୍ଡିମ ପିଟୁଛନ୍ତି । ସେମାନଙ୍କୁ ବର୍ଜନ କରିବାକୁ ଓଡ଼ିଶାବାସୀଙ୍କୁ ନିବେଦନ । ନନ୍ଦିଘୋଷ ଟିଭି ନ ଦେଖିବାକୁ ଏବଂ ସକାଳ ଖବରକାଗଜ ନ ପଢିବାକୁ ନିବେଦନ କରିଛନ୍ତି ।


