ନବ ନିର୍ବାଚିତ ସରପଞ୍ଚମାନଙ୍କ ଦାୟିତ୍ୱ ଗ୍ରହଣ ଓ ନାଏବ ସରପଞ୍ଚ ନିର୍ବାଚନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ୨୧ ଗୋଟି ଗ୍ରାମପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ମାନେ ଆଜି ନିଜ ପଞ୍ଚାୟତରେ ଉପସ୍ଥିତ ରହି ଦାୟିତ୍ୱ ଗ୍ରହଣ କରିବା ସହିତ ସମସ୍ତ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ନାଏବ ସରପଞ୍ଚ ନିର୍ବାଚନରେ ଆଶ୍ରମ କରଡାବାଡି ରବିନ୍ଦ୍ର ଗୌଡ,ବି.କରଡାବାଡି ଦାଶରଥି ପ୍ରଧାନ, ବାଲିପଦର କାହ୍ନୁ ଚରଣ ନାୟକ, ଭଗବାନପୁର ଧୋବୁଣୀ ପ୍ରଧାନ, ଭମାସ୍ୟାଳି ଭାଗ୍ୟ ନାହାକ, ଗୌଡିଆ ବୋରଦା ସାଗର ସ୍ୱାଇଁ, ଗୋଳାବନ୍ଧ ବିରୁପାକ୍ଷ ଭୂୟାଁ, ଗୋଲିଆ ବାସନ୍ତୀ ମହାନ୍ତି, କଳମ୍ବ ସଂଗୀତା ରାଉତ,ଖୋଳଖାଳି ପ୍ରମୋଦ କୁମାର ପଣ୍ଡା, ପାଙ୍ଗିଡି ବଡଝିଅ ବିଷୋୟୀ ଓ ଶଙ୍କୁରୁ ଲକ୍ଷ୍ମୀ ଆରୁଖ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ତାକରଡା ଅର୍ଚ୍ଚନା ପ୍ରଧାନ, ପୋଚାଲୁଣ୍ଡି ପ୍ରତିମା ଗୌଡ, ମୋଟାବାଡି ରଶ୍ମିତା କୁମାରୀ ବେହେରା, ମାଣିତରା ସ୍ଵର୍ଣ୍ଣଲତା ନାଇକ,କରସିଙ୍ଗ ବିଜୟ ସେନାପତି, କରଚୁଲୀ ନିରୂପମା ପରିଡା,ବିରଞ୍ଚିପୁର ହରିକୃଷ୍ଣ ଜେନା ଅରଖପୁର ନାରାୟଣ ମଳିକ ଓ ଅନ୍ତରପଡା ଆରତୀ ସ୍ୱାଇଁ ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ବ୍ଳକର ୨୧ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୧୨ ଗୋଟି ପଞ୍ଚାୟତରେ ନାଏବ ସରପଞ୍ଚ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଥିବା ବେଳେ ୯ ଗୋଟି ପଞ୍ଚାୟତର ନାଏବ ସରପଞ୍ଚ ପ୍ରତିଦ୍ୱନ୍ଦିତା ରେ ବିଜୟୀ ହୋଇ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ