ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ସୁରେଶ ଚନ୍ଦ୍ର ସାହୁଙ୍କ ଦେହାନ୍ତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ପିପୁଲସ କଲେଜର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡକ୍ଟର ସୁରେଶ ଚନ୍ଦ୍ର ସାହୁଙ୍କ ମାର୍ଚ୍ଚ ୧୦ ତାରିଖ ରାତ୍ର ୧୦ ଘଣ୍ଟା ୪୦ ମିନିଟ୍ ସମୟରେ ଭୁବନେଶ୍ୱର ସମ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ଶ୍ରୀ ସାହୁଙ୍କ ମର ଶରୀର ନିକଟରେ ସହଧର୍ମଣୀ, ଦୁଇ ପୁତ୍ର ଓ ଦୁଇ ବୋହୁ ଉପସ୍ଥିତ ରହିଥିବା ବେଳେ ପୁରୀ ସ୍ୱର୍ଗ ଦ୍ୱାରରେ ଶବ ସଂସ୍କାର ହୋଇଥିଲା । ସ୍ବର୍ଗତ ପ୍ରାଧ୍ୟାପକ ଶ୍ରୀ ସାହୁ ” ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ ଆଧ୍ୟାତ୍ମିକବାଦ” ବିଷୟରେ ଗବେଷଣା କରି ଡକ୍ଟରେଟ ଉପାଧି ଅଧିକାର କରିଥିଲେ । ପ୍ରାଧ୍ୟାପକ ଡାକ୍ତର ସାହୁ ଜଣେ ମିଷ୍ଟଭାଷୀ, ଛାତ୍ରବତ୍ସଳ, ସରଳ, ପରୋପକାରୀ ବ୍ୟକ୍ତି ଥିଲେ । ସେ ବହୁଦିନ ଧରି ବୁଗୁଡା ପିପୁଲସ କଲେଜର ଓଡ଼ିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରାଧ୍ୟାପକ ଡକ୍ଟର ସୁରେଶ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ଖବର ପହଞ୍ଚିଥିବା ପରେ ପିପୁଲସ କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ବୁଗୁଡା ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ