ନଭେମ୍ବର ୨୦୨୦ରେ ମୋଟ ୧,୦୪,୯୬୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ: ନଭେମ୍ବର ୨୦୨୦ ମାସରେ ମୋଟ ୧,୦୪,୯୬୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ସିଜିଏସଟି ୧୯,୧୮୯ କୋଟି ଟଙ୍କା, ଏସଜିଏସଟି ୨୫,୫୪୦ କୋଟି ଟଙ୍କା ଏବଂ ଆଇଜିଏସଟି ପରିମାଣ ୫୧,୯୯୨ କୋଟି (ମାଲ ଆମଦାନୀରୁ ସଂଗୃହିତ ୨୨,୦୭୮ ଟଙ୍କା ସମେତ) ରହିଥିବା ଜଣାଯାଇଛି। ସେହିପରି ସଂଗୃହିତ ଉପକର (ସେସ) ପରିମାଣ ୮,୨୪୨ କୋଟି ଟଙ୍କା (ମାଲ ରପ୍ତାନିରୁ ସଂଗୃହିତ ୮୦୯କୋଟି ଟଙ୍କା ସମେତ) ଟଙ୍କା ରହିଥିବା ଜଣାଯାଇଛି। ୩୦ ନଭେମ୍ବର ୨୦୨୦ ସୁଦ୍ଧା ନଭେମ୍ବର ମାସ ପାଇଁ ଦାଖଲ କରାଯାଇଥିବା ଜିଏସଟିଆର-୩ବି ରିଟର୍ଣ୍ଣ ସଂଖ୍ୟା ୮୨ ଲକ୍ଷ ରହିଛି। ସରକାର ନିୟମିତ ପରିଶୋଧ ରୂପରେ ଆଇଜିଏସଟିରୁ ୨୨,୨୯୩ କୋଟି ଟଙ୍କା ସିଜିଏସଟିକୁ ଏବଂ ୧୬,୨୮୬ କୋଟି ଟଙ୍କା ଏସଜିଏସଟିକୁ ପରିଶୋଧ କରିଥିବା ଜଣାଯାଇଛି। ନିୟମିତ ପରିଶୋଧ ପରେ ନଭେମ୍ବର ୨୦୨୦ ମାସ ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସଂଗୃହିତ ମୋଟ ରାଜସ୍ୱ ପରିମାଣ ସିଜିଏସଟି ପାଇଁ ୪୧,୪୮୨ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୪୧,୮୨୬ ଟଙ୍କା ରହିଥିବା ଜଣାଯାଇଛି। ଜିଏସଟି ରାଜସ୍ୱ ସଂଗ୍ରହ ସଦ୍ୟତମ ପୂର୍ବାନୁମାନ ମୁତାବକ, ନଭେମ୍ବର ୨୦୨୦ରେ ଆଶାନୁରୂପ ରହିଛି ଯାହାକି ପୂର୍ବବର୍ଷର ଏହି ମାସରେ ସଂଗୃହିତ ଜିଏସଟି ରାଜସ୍ୱ ତୁଳନାରେ ୧.୪% ଅଧିକ। ସେହିପରି ଚଳିତ ବର୍ଷର ନଭେମ୍ବର ମାସରେ ମାଲ ଆମଦାନୀରୁ ସଂଗୃହିତ ରାଜସ୍ୱ ପୂର୍ବବର୍ଷର ଏହି ମାସ ତୁଳନାରେ ୪.୯% ଅଧିକ ରହିଛି ଏବଂ ଘରୋଇ କାରବାର (ସେବା ଆମଦାନୀ ସମେତ)ରୁ ସଂଗୃହିତ ରାଜସ୍ୱ ୦.୫% ଅଧିକ ରହିଛି। ଅପରପକ୍ଷରେ ଚଳିତ ବର୍ଷ ନଭେମ୍ବର ମାସରେ ଓଡ଼ିଶାରେ ଜିଏସଟି ସଂଗ୍ରହ ପରିମାଣ ୮% ବୃଦ୍ଧି ପାଇଥିବା ଜଣାଯାଇଛି। ଚଳିତ ବର୍ଷ ରାଜ୍ୟରେ ୨୫୨୮ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ ହୋଇଥିବା ବେଳେ ଗତ ବର୍ଷ ଏହି ମାସରେ ୨୩୪୭ କୋଟି ଟଙ୍କାର ଜିଏସଟି ସଂଗୃହିତ ହୋଇଥିଲା । ନିମ୍ନରେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷର ମାସିକ ମୋଟ ଜିଏସଟି ସଂଗ୍ରହର ଆକଳନ ପ୍ରଦର୍ଶିତ କରାଯାଇଛି। ତାଲିକାରେ ନଭେମ୍ବର ୨୦୧୯ ତୁଳନାରେ ନଭେମ୍ବର ୨୦୨୦ ମାସରେ ପ୍ରତ୍ୟେକ ରାଜ୍ୟରୁ ସଂଗୃହିତ ଜିଏସଟିର ରାଜ୍ୟୱାରୀ ତଥ୍ୟ ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ